Latest Odisha News

BREAKING NEWS

ହ୍ୱାଟ୍ସଆପ୍‌ରେ ମେସେଜ୍ କରି ଶରଦ ପୱାରଙ୍କୁ ହତ୍ୟା ଧମକ, ଥାନାରେ ପହଞ୍ଚିଲେ ସୁପ୍ରିୟା ସୁଲେ

ମୁମ୍ବାଇ: ନ୍ୟାସ୍‌ନାଲ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାରଙ୍କୁ ହତ୍ୟା ଧମକ। ହ୍ୱାଟ୍ସଆପ୍‌ ମେସେଜ୍‌ରେ ହତ୍ୟା ଧମକ ମିଳିଥିବା ତାଙ୍କ ଝିଅ ତଥା ଏନ୍‌ସିପି ସାଂସଦ ସୁପ୍ରିଆ ସୁଲେ ଅଭିଯୋଗ କରିଛନ୍ତି। ମହାରାଷ୍ଟ୍ର ସରକାର ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ଦାବି କରିଛନ୍ତି।

ଏକ ୱେବ୍‌ସାଇଟ୍‌ ଜରିଆରେ ଶରଦ ପାୱାରଙ୍କୁ ଧମକ ଦିଆଯାଇଛି। ଏନେଇ ସେ ସୁପ୍ରିୟା କହିଛନ୍ତି “ ପାୱାର ଶାହବଙ୍କ ନାଁରେ ମୋତେ ଏକ ମେସେଜ୍ ମିଳିଛି। ଏକ ୱେବ୍‌ସାଇଟ୍‌ ଜରିଆରେ ତାଙ୍କୁ ଧମକ ଦିଆଯାଇଛି। ତେଣୁ ମୁଁ ନ୍ୟାୟ ମାଗିବାକୁ ପୁଲିସ ପାଖକୁ ଆସିଛି। ମୁଁ ମହାରାଷ୍ଟ୍ର ଗୃହମନ୍ତ୍ରୀ ଓ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କୁ ଅନୁରୋଧ କରୁଛି। ଏଭଳି ନିମ୍ନ ମାନର ରାଜନୀତି ବନ୍ଦ ହେବା ଦରକାର।”

ସେ ଆହୁରି କହିଛନ୍ତି “ପାୱାର ସାହାବଙ୍କ ସୁରକ୍ଷା କରିବା ଗୃହ ମନ୍ତ୍ରଣାଳୟର ଦାୟିତ୍ୱ। ଗୃହମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା ଉଚିତ୍। ଶରଦ ପାୱାର ହେଉଛନ୍ତି ଦେଶର ନେତା। ଏନସିପି ମୁଖ୍ୟଙ୍କୁ ଧମକ ମିଳିଥିବା ମୁଁ ପୋଲିସକୁ ଜଣାଇଛି। ଏବଂ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛି।”

Leave A Reply

Your email address will not be published.