ନୂଆଦିଲ୍ଲୀ: ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସେମାନଙ୍କୁ ସୁରକ୍ଷିତ ଭାବରେ ଫେରାଇ ଅଣାଯାଉଛି । ଏହି ଅଭିଯାନରେ ସାମିଲ ହୋଇଛି ଭାରତୀୟ ବାୟୁସେନା । ଆଜି ଭୋରରୁ C-17 ଏୟାରକ୍ରାଫ୍ଟ ରୋମାନିଆ ଅଭିମୁଖେ ଯାଇଛି । ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଖୁବଶୀଘ୍ର ଆଉ ୩ଟି ବାୟୁସେନେ ହେଲିକପ୍ଟର ପୋଲାଣ୍ଡ, ହଙ୍ଗେରୀ ଓ ରୋମାନିଆ ଯିବ । ଏଥିରୁ ୨ଟି ରୋମାନିଆ ରୋମାନିଆ ଓ ହଙ୍ଗେରୀ ଯାତ୍ରା କରିଛି ।
Two Indian Air Force aircraft take off for Romania and Hungary from the Hindon airbase to bring back Indians stranded in Ukraine pic.twitter.com/wjkBqk3873
— ANI (@ANI) March 2, 2022
ୟୁକ୍ରେନର ରାଜଧାନୀ କିଭ୍ ଓ ଖାରକିଭରେ ଫସିଥିବା ସମସ୍ତ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେମାନେ ରୋମାନିଆ ଓ ପୋଲାଣ୍ଡରେ ଆଶ୍ରୟ ନେଇଛନ୍ତି । ସେଠାରୁ ସେମାନଙ୍କୁ ବାୟୁସେନା ବିମାନ ଯୋଗେ ଭାରତ ଅଣାଯିବ । ଗତକାଲି ଅପରେସନ୍ ଗଙ୍ଗାରେ ସାମିଲ ହେବାକୁ ବାୟୁସେନାକୁ କହିଥିଲେ ପ୍ରଧାନମନ୍ତ୍ରୀ ।
ବାୟୁସେନା ଏୟାରକ୍ରାଫ୍ଟ ସାଙ୍ଗରେ ଟେଣ୍ଚ, ବ୍ଲାଙ୍କେଟ୍ ଓ ଅନ୍ୟାନ୍ୟ ସାମଗ୍ରୀ ସାଙ୍ଗରେ ଧରି ବାହାରିଛି । ଅଧିକରୁ ଅଧିକ ଲୋକଙ୍କୁ ତୁରନ୍ତ ସୁରକ୍ଷିତ ଭାବରେ ଭାରତ ଫେରାଇ ଆଣିବା ଦିଗରେ କାମ କରୁଛନ୍ତି କେନ୍ଦ୍ର ସରକାର ।
#WATCH Indian Air Force aircraft carrying tents, blankets and other humanitarian aid to take off from Hindon airbase shortly#Ukraine pic.twitter.com/gNNnghETQr
— ANI (@ANI) March 2, 2022
୨୪ ତାରିଖରେ ୟୁକ୍ରେନ୍-ରୁଷ ଭିତରେ ଆରମ୍ଭ ହୋଇଥିଲା ଯୁଦ୍ଧ । ତାପରେ ୨୬ ତାରିଖରେ ଅପରେସନ୍ ଗଙ୍ଗାରେ ପ୍ରଥମ ବିମାନ ୨୧୯ ଜଣଙ୍କୁ ନେଇ ଭାରତରେ ପହଞ୍ଚିଥିଲା । ଏହାପରେ ଏକାଧିକ ବିମାନରେ ବହୁ ଭାରତୀୟ ସ୍ୱଦେଶ ବାହୁଡିଲେଣି ।
Comments are closed.