ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟଙ୍କୁ ନିରାପଦ ଭାବରେ ଫେରାଇ ଅଣାଯାଉଛି । ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ।
With all hands on deck & the direction of PM @narendramodi Ji, we will get 3726 of our people back home today. Jai Hind! #OperationGanga https://t.co/83Rg0c9lAk
— Jyotiraditya M. Scindia (@JM_Scindia) March 3, 2022
ରୋମାନିଆର ବୁଖାରେଷ୍ଟର ବିଭିନ୍ନ ସ୍ଥାନରେ ଥିବା ଭାରତୀୟଙ୍କୁ ଅପରେସନ୍ ଗଙ୍ଗାରେ ସ୍ୱଦେଶ ଅଣାଯାଉଛି । ୟୁକ୍ରେନର ପଶ୍ଚିମ ସୀମାରେ ଥିବା ପଡ଼ୋଶୀ ଦେଶର ସୀମା ଦେଇ ସେମାନଙ୍କୁ ଅଣାଯାଉଛି । ଏହି ଅଭିଯାନରେ ସାମିଲ ହୋଇଛି ବାୟୁସେନା ବିମାନ । ଗତକାଲି ବାୟୁସେନା C-17 ଏୟାରକ୍ରାଫ୍ଟରେ ସ୍ୱଦେଶ ଫେରିଛନ୍ତି ଭାରତୀୟ । ଆଜି ସୁଦ୍ଧା ୩ଟି ପର୍ଯ୍ୟାୟରେ ୬୨୮ ଜଣ ଭାରତୀୟ ଫେରିଛନ୍ତି ।
#WATCH MoS Defence Ajay Bhatt interacts with the Indian nationals repatriated to the country from Ukraine with the help of the Indian Air Force pic.twitter.com/DHDHc3bgT7
— ANI (@ANI) March 3, 2022
Comments are closed.