Latest Odisha News

BREAKING NEWS

“ଗରୁଡ଼” ଅଭିଯାନ ଶେଷ: ଅପରେସନର ଦ୍ଵିତୀୟ ସପ୍ତାହରେ ବିପୁଳ ମାତ୍ରାରେ ନିଶା ଦ୍ରବ୍ୟ, ଗାଡି ଓ ଟଙ୍କା ଜବତ

ଭୁବନେଶ୍ୱର: ଶେଷ ହେଲା ଅପେରସନ “ଗରୁଡ଼” ଅଭିଯାନ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୧ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏସପିଙ୍କ ନେତୃତ୍ୱରେ ଅପେରସନ “ଗରୁଡ଼” ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ଏହି ଅଭିଯାନର ଦ୍ଵିତୀୟ ସପ୍ତାହ ଅର୍ଥାତ ଚଳିତ ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ନିଶା ଦ୍ରବ୍ୟ ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଜବତ ଏବଂ ଅପରାଧୀଙ୍କୁ ଗିରଫ କରିବା, ଜୁଆ ଆଡ୍ଡା ଉପରେ ଚଢ଼ାଉ ଏବଂ ବିଭିନ୍ନ ଅପରାଧରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଅପରେସନର ଦ୍ଵିତୀୟ ସପ୍ତାହରେ ସମସ୍ତ ଜିଲ୍ଲାର ଏସପି ଓ ଅନ୍ୟାନ୍ୟ ଅଧିକାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱ।ବଧାନରେ ଏହି ଅପରେସନ ସାରା ରାଜ୍ୟରେ କାର୍ଯ୍ୟକାରୀ ହେଉଛି ।

ତେବେ କାର୍ଯ୍ୟକାରୀ ହୋଇଥିବା NBW ମାମଲା ୩ ହଜାର ୬୪୩ । ଅବକାରୀ ମାମଲା ୧୮୦୬ ମାମଲା, ୪୭ ହଜାର ୧୦୫.୫୬ ଲିଟର ମଦ ଏବଂ ନଗଦ ୩ ହଜାର ୪୦୦ ଟଙ୍କା ଜବତ ହୋଇଛି । ଜବତ ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଟଙ୍କା ୬୩ ଅସ୍ତ୍ରଶସ୍ତ୍ର, ୯୫ ଗୁଳିଗୋଳା, ୧ ଲକ୍ଷ ୪୫ ହଜାର ୫୦୦ ଟଙ୍କା, ୧ଟି କାର, ୩ଟି ବାଇକ୍ ଏବଂ ୨ଟି ଖାଲି ମାଗାଜିନ ଜବତ ହୋଇଛି । ସେହିପରି ଗଞ୍ଜେଇ ଜବତ ସହିତ ଏନଡିପିଏସ୍ ମାମଲା- ୫୭ଟି ରହିଛି , ଏହା ସହିତ ୩୦୩୦.୩୫ କିଲୋଗ୍ରାମ ଗଞ୍ଜେଇ ଏବଂ ୬୬୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏହା ସହ ୯ଟି କାର, ୧୨ଟି ବାଇକ୍ ଏବଂ ୮୯ ହଜାର ୫୨୦ ଟଙ୍କା ଜବତ ହୋଇଛି ।

ସେହିପରି ଜୁଆ ମାମଲା 70ଟି ରହିଛି । ୬ ଲକ୍ଷ ୨୮ ହଜାର ୭୨୫ ଟଙ୍କା, ୩ଟି କାର, ୫୨ଟି ମୋଟର ସାଇକେଲ ଏବଂ ୪୭ଟି ମୋବାଇଲ୍ ଫୋନ୍ ରହିଛି । ଗିରଫ ହୋଇଥିବା ଅପରାଧୀଙ୍କ ସଂଖ୍ୟା ୪୦୬ ରହିଛି । ନିଶା ଶକ୍ତ ଅବସ୍ଥାରେ ଗାଡି ଚାଳନା- ୧୬୩ ମାମଲା ଏବଂ ୧୬୩ ଗାଡି ଜବତ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜାମ ପୋଲିସ ଜିଲ୍ଲା ସର୍ବାଧିକ ୩୮୩ NBW କାର୍ଯ୍ୟକାରୀ କରିଥିବା ବେଳେ, ବେଆଇନ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କ୍ଷେତ୍ରରେ ୧୧ଟି ବନ୍ଧୁକ, ୫୫ ଗୋଳାବାରୁଦ ଜବତ କରିବା ସହ ୩୦ ଜଣଙ୍କୁ ଗିରଫ କରିଛି ।

ସେହିପରି ଜୁଆ ଆଡ୍ଡା ଉପରେ ଚଢ଼ାଉ କ୍ଷେତ୍ରରେ ସମ୍ବଲପୁର ପୋଲିସ ଜିଲ୍ଲା ୧୦ଟି ମାମଲା, ୩୧ ହଜାର ୭୬୦ ଟଙ୍କା , ୩ଟି ମୋଟର ସାଇକେଲ ଏବଂ ୭ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି ।

ସେହିପରି NDPS ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ ୧୨ ମାମଲା ରୁଜୁ ହୋଇଥିବା ବେଳେ ୫୦.୫୮ କିଲୋଗ୍ରାମ ଗଞ୍ଜେଇ, ୫ଟି ମୋଟର ସାଇକେଲ, ୨୫୯୯ ବୋତଲ କଫ ସିରଫ, ୧୩.୧ ଷ୍ଟ୍ରିପ୍ ନାଇଟ୍ରାଜେପାନ୍ ଟାବଲେଟ୍ ଏବଂ ୨୦ ପ୍ୟାକେଟ୍ ଇଞ୍ଜେକ୍ସନ, ୫ଟି ମୋବାଇଲ୍ ଫୋନ୍ ଜବତ କରିବା ସହ ୨୪ ଜଣଙ୍କୁ ଗିରଫ କରିଛି ।

ଅବକାରୀ ମାମଲାରେ ମଧ୍ୟ ସମ୍ବଲପୁର ଜିଲ୍ଲା ପୋଲିସ ୧୮୨ଟି ମାମଲା ରୁଜୁ କରିଥିବା ବେଳେ ୧୬୧୨ ଲିଟର ମଦ ଜବତ କରିବା ସହ ୧୮୨ ଜଣଙ୍କୁ ଗିରଫ କରିଛି ।

ସେହିପରି କନ୍ଧମାଳ ଜିଲ୍ଲା ପୋଲିସ ୫ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ।

ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ପ୍ରତିଶୃତିବଦ୍ଧ । ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ “ଅପେରସନ ଗରୁଡ” ଅଭିଯାନ ଜାରି ରହିବ ବୋଲି ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଂଜୟ କୁମାର ସୂଚନା ଦେଇଛନ୍ତି ।

Comments are closed.