ନୂଆଦିଲ୍ଲୀ: ୨୪ ଆକ୍ରମଣ, ୯ ଆତଙ୍କୀ ଶିବିର, ୮୦ରୁ ଅଧିକ ନିହତ, ଭାରତ ମାତ୍ର ୨୫ ମିନିଟ୍ ପାଇଁ ପାକିସ୍ତାନ ଉପରେ ନର୍କ ବର୍ଷା କରି ନେଇଛି ୨୨ ଏପ୍ରିଲର ବଦଲା। ୨୫ ମିନିଟ୍ରେ ପାକିସ୍ତାନର ଖେଳ ଶେଷ। ରାତି ୧ଟା ୫ରୁ ଆରମ୍ଭ କରି ୧ଟା ୩୦ରେ ପର୍ଯ୍ୟନ୍ତ, ୨୫ ମିନିଟରେ ୨୪ ଆକ୍ରମଣ କରି, ଭାରତ ଧ୍ବଂସ କରିଥିଲା ୯ ଟି ଆତଙ୍କୀ ଆଡ୍ଡା। ପହଲଗାମ୍ ବର୍ବରତା ପରେ କିଛି ଏପରି ଏୟାରଷ୍ଟ୍ରାଇକ କରି ଭାରତର ପ୍ରତିଶୋଧର ଗୌରବ ଗାଥା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ୱିଙ୍ଗ କମାଣ୍ଡର ବ୍ୟୋମିକା ଓ କର୍ଣ୍ଣେଲ ସୋଫିଆ କ୍ୟୁରେସୀ।
ଭାରତୀୟ ସଶସ୍ତ୍ର ବାହିନୀ ବୁଧବାର ପ୍ରତ୍ୟୁଷରେ ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀର ରେ ୯ଟି ଆତଙ୍କବାଦୀ ଲକ୍ଷ୍ୟସ୍ଥଳ ଉପରେ ୨୪ଟି ସଠିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିବା ପରେ ଏନେଇ ପ୍ରେସମିଟ କରି ସେନା କହିଛି, କୋଡନାମ୍ ଅପରେସନ୍ ସିନ୍ଦୁର ସହ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବ ଦେଇଛି ଭାରତ। ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି। ରାତି ୧ଟା ୫ରୁ ରାତି ୧ଟା ୩୦ରେ ମିନିଟ୍ ପର୍ଯ୍ୟନ୍ତ ଏୟାରଷ୍ଟ୍ରାଇକ ହୋଇଥିଲା। ସବାଇନାଲା କ୍ୟାମ୍ପରେ ପ୍ରଥମ ଆକ୍ରମଣ ହୋଇଥିଲା। ଏହା ଥିଲା ଲସ୍କର-ଇ-ତୋଇବାର କ୍ୟାମ୍ପ। ସେହିପରି କୋଟଲି ଗୁଲପୁର କ୍ୟାମ୍ପରେ ଦ୍ୱିତୀୟ ଆକ୍ରମଣ ହୋଇଥିବା ବେଳେ ତୃତୀୟରେ ଭୀମବାର ବରନାଲା କ୍ୟାମ୍ପରେ ଆକ୍ରମଣ ହୋଇଥିଲା। ସିଆଲକୋଟ ସର୍ଜଲ କ୍ୟାମ୍ପରେ ଚତୁର୍ଥ ଆକ୍ରମଣ ହୋଇଥିଲା। ମହବୁନା ଜୟା କ୍ୟାମ୍ପରେ ପଞ୍ଚମ ଆକ୍ରମଣ ହୋଇଥିଲା। ମୁର ଦୁକେରେ ଥିବା ମର୍କଜ ତୋଏବାରେ ଷଷ୍ଠ ଆକ୍ରମଣ ହୋଇଥିଲା। ୨୫ ମିନିଟରେ ୯ ଟି ଆତଙ୍କୀ ଆଡ୍ଡା ଧ୍ବଂସ ହୋଇଥିଲା।
ସେନା ଆହୁରି କହିଛନ୍ତି, ୨୦୦୮ ମୁମ୍ବାଇ ଆତଙ୍କୀ ଆକ୍ରମଣର ଟ୍ରେନିଂ ସ୍ଥଳ ମଧ୍ୟ ଧ୍ବଂସ କରାଯାଇଛି। ଆଜମଲ କସାବ ଓ ଡେଭିଡ ହେଡ୍ଲି ସେଠାରେ ତାଲିମ ନେଇଥିଲା। ଏଥିସହ ମୁରିଡକେରେ ଥିବା ସେମାନଙ୍କ ଟ୍ରେନଂ ସେଣ୍ଟର ମାଟିରେ ମିଶିଛି। ପାକିସ୍ତାନର ୬ କିମି ଭିତରେ ସିଆଲକୋଟର ସର୍ଜଲ କ୍ୟାମ୍ପ୍କୁ ଧ୍ବଂସ କରାଯାଇଛି। ଏଲଓସି ଠାରୁ ୯ରୁ ୧୩ କିମି ଦୂର ଥିବା ମାର୍କାଜ ଆବ୍ବାସ, କୋଟ୍ଲି କ୍ୟାମ୍ପ୍ ନଷ୍ଟ କରାଯାଇଛି। ଏଠାରେ ଏଲଇଟି କ୍ୟାମ୍ପ୍ କରି ଆତଙ୍କୀ ପ୍ରସ୍ତୁତ କରାଯାଇଥିଲା। ସିଅଲକୋଟରେ ଥିବା ମେହମୁନା ଜୋୟା କ୍ୟାମ୍ପ୍ ଧ୍ବଂସ କରାଯାଇଛି।ହେଲେ କୌଣସି ସୈନ୍ୟ ଠିକଣାକୁ ଟାର୍ଗେଟ କରାଯାଇନି। ଏଥିସହିତ ସ୍ପଷ୍ଟ କର ଯାଇଛି ଯେ, କୌଣସି ସାମରିକ ଅନୁଷ୍ଠାନ ଉପରେ ଭାରତ ଆକ୍ରମଣ କରିନି। ସଠିକ୍ ଗୁଇନ୍ଦା ସୂଚନା ଅନୁସାରେ ସଠିକ୍ ସ୍ଥାନ ମାନଙ୍କରେ ଅପରେସନ୍ କରାଯାଇଛି ସୂଚନା ଦେଇଛନ୍ତି ସେନା ଅଧିକାରୀ। ତେବେ ନିଷିଦ୍ଧ ସଂଗଠନ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈବା, ଏବଂ ହିଜବୁଲ ମୁଜାହିଦ୍ଦିନ୍ ସହିତ ଜଡିତ ୮୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିବା ସୂଚନା। ବିଶ୍ୱସନୀୟ ସୂଚନା ଆଧାରରେ ସାମରିକ କାର୍ଯ୍ୟାନୁଷ୍ଠାନ ମାପ କରାଯାଇଥିଲା ଏବଂ ଲକ୍ଷ୍ୟ ଚୟନ କରାଯାଇଥିଲା।
Comments are closed.