Latest Odisha News

BREAKING NEWS

Opium Cultivation Destroy: ୧୦ କୋଟିରୁ ଅଧିକ ମୂଲ୍ୟର ଅଫିମ ଗଛ ନଷ୍ଟ, ୧୪ କେଜିରୁ ଅଧିକ ଫୁଲ ଜବତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଞ୍ଚଳରେ ୨୦୨୮୦ ଅଫିମ ଗଛ ନଷ୍ଟ କରାଯାଇଛି । ଏଥିସହ ୧୪ କେଜିରୁ ଅଧିକ ଅଫିମ ଫୁଲ ଜବତ କରାଯାଇଛି । ଏ ସବୁର ମୂଲ୍ୟ ପ୍ରାୟ ୧୦ କୋଟିରୁ ଅଧିକ ହେବ ବୋଲି ବିଭାଗ ଆକଳନ କରିଛି । ଗିରଫ ଅଭିଯୁକ୍ତ ହେଲେ ରାଇଘର ବ୍ଲକ ତାଳପଦରର ନନ୍ଦକିଶୋର ସାହୁ(୪୯) । ସେ ତାଙ୍କ ଜମିରେ ଏହି ଅଫିମ ଗଛ ସବୁ ଚାଷ କରିଥିଲେ ।

ଚଢ଼ଉରେ ସାମିଲ ହୋଇଥିଲେ ଅବକାରୀ ଓ ବନ କର୍ମଚାରୀ । ତେବେ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇଦିଆଯାଇଥିବା ଅବକାରୀ ବିଭାଗ ଅଧିକାରୀ ବୃନ୍ଦାବନ ମଣ୍ଡଳ କହିଛନ୍ତି ।

ଏସିଏଫ୍ ସୁଭାଷ ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ଟିମର ସଦସ୍ୟମାନେ ତାଳପଦର ଗାଁକୁ ଯାଇ ନନ୍ଦକିଶୋର ଚାଷ କରିଥିବା ଏହି ଚାଷ ନଷ୍ଟ କରିଥିଲେ । ଜବତ ଅଫିମ, ନଷ୍ଟ କରାଯାଇଥିବା ଗଛର ମୂଲ୍ୟ ପ୍ରାୟ ୧୦ କୋଟି ୧୪ ଲକ୍ଷ ୨୨ ହଜାର ୪୮୦ ଟଙ୍କା ହେବ ବୋଲି ଶ୍ରୀ ମଣ୍ଡଳ କହିଛନ୍ତି ।

Leave A Reply

Your email address will not be published.