Latest Odisha News

BREAKING NEWS

କେନ୍ଦ୍ର ଉଠାଉନି ରାଜ୍ୟ ଚାଉଳ, ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି: ମନ୍ତ୍ରୀ

ଭୁବନେଶ୍ବର: ଖରିଫ ପୂର୍ବରୁ ବଳକା ଚାଉଳକୁ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି । ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ରାଜ୍ୟରେ ୧୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ବଳକା ଅଛି। ଏହି ଚାଉଳ କେନ୍ଦ୍ର ସରକାରଙ୍କୁ ନେବା ପାଇଁ ବାରମ୍ବାର ଅନୁରୋଧ କରାଯାଇଛି। ଯଦି ସରକାର ଚାଉଳ ନ ଉଠାନ୍ତି, ତେବେ ଏହାକୁ ନିଲାମ କରିବାକୁ ଯୋଜନା କରୁଛନ୍ତି ସରକାର ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ବିଧାନସଭାରେ ବିରୋଧୀଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରଶ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଉତ୍ତର ରଖିଛନ୍ତି । ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୧ଟି ଜିଲ୍ଲାକୁ ୩ ମାସର ଅଧିକ ଚାଉଳ ଦିଆଯାଇଛି । ରାଜ୍ୟରେ ମୋଟ୍ ୬୩ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉତ୍ପାଦନ ହୋଇଥିଲା । ଯେଉଁଥିରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ବ୍ୟବହାର ହୋଇଛି । ୮ ବର୍ଷରେ କେନ୍ଦ୍ର ସରକାରଙ୍କ ଉପରେ ୮ ହଜାର କୋଟି ଟଙ୍କା ବାକି ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.