Latest Odisha News

BREAKING NEWS

ବାଂଲାଦେଶ ବିପକ୍ଷ ଦିନିକିଆରେ ଇଶାନ କିଷାନଙ୍କ ଦ୍ୱିଶତକ

ନୂଆଦିଲ୍ଲୀ: ଇତିହାସ ରଚିଲେ ଇଶାନ କିଷାନ । ଦିନିକିଆ ମ୍ୟାଚରେ ମାରିଲେ ଦ୍ୱିଶତକ । ଉଡ଼ିଗଲା ବାଂଲାଦେଶ ବୋଲରଙ୍କ ହୋସ୍ । ବାଂଲାଦେଶର ଚଟ୍ଟୋଗ୍ରାମ ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଇଶାନ କିଷାନ ଦ୍ୱିଶତକ ମାରିଛନ୍ତି । ଏଥିସହ ଚତୁର୍ଥ ଭାରତୀୟ କ୍ରିକେଟର୍ ଭାବେ ଦିନିକିଆରେ ଦ୍ୱିଶତକ ସ୍କୋର ତାଲିକାରେ କରିଛନ୍ତି ।

୮୬ଟି ବଲରେ ଶତକ ଓ ୧୨୬ ବଲରେ ଇଶାନ କିଷାନ ଦ୍ୱିଶତକ ପୂରଣ କରିଛନ୍ତି । ଯେଉଁଥିରେ ୨୩ଟି ଚଉକା ସହ ୯ଟି ଛକ୍କା ରହିଛି । ୧୬୦ ଷ୍ଟ୍ରାଇକ୍ ରେଟରେ ଏହି ସଫଳତା ହାସଲ କରିଛନ୍ତି ଇଷାନ କିଶାନ । ଏଥିସହ ଇଷାନ କିଶାନ ନିଜ ନାଁରେ ଅନେକ ରେକର୍ଡ କରିଛନ୍ତି ।

ଯଦିଓ ଦ୍ୱିଶତକ ହାସଲର କିଛି ସମୟ ପରେ ଇଷାନ କିଶାନ ଆଉଟ୍ ହୋଇଥିଲେ । ତଥାପି ଇଷାନଙ୍କ ୧୩୧ ବଲରେ ୨୧୦ ରନର ପାଳି ଚମତ୍କାର ଥିଲା । ଇଷାନଙ୍କ ୨୪ ଚଉକା, ୧୦ ଛକ୍କା ସହାୟତାରେ ଦଳଗତ ଭାବେ ଭାରତ ଦିନିକିଆରେ ଗୋଟିଏ ଇଂନିସରେ ସବୁଠୁ ଅଧିକ ରନ୍ କରିବାରେ ତୃତୀୟ ସ୍ଥାନକୁ ଉଠିଛି ।

ଦିନିକିଆ କ୍ରିକେଟରେ ଭାରତୀୟ ଭାବେ ରୋହିତ ଶର୍ମା ସର୍ବାଧିକ ୨୬୪ ରନ୍ କରିଥିବା ବେଳେ ବୀରେନ୍ଦ୍ର ସେହୱାଗ ୨୧୯ ରନ୍, ଇଷାନ କିଶାନ ୨୧୦ ରନ୍, ରୋହିତ ଶର୍ମା ୨୦୯ ରନ୍, ରୋହିତ ଶର୍ମା ୨୦୮ ରନ୍ ଅପରାଜିତ, ସଚିନ୍ ତେନ୍ଦୁଲକର ୨୦୦ ରନ୍ ଅପରାଜିତ ରେକର୍ଡ ରହିଛି ।

ବାଂଲାଦେଶ ବିପକ୍ଷ ଦିନିକିଆରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଖେଳୁ ନାହାଁନ୍ତି । ଫଳରେ ଇଷାନ କିଶାନଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା । ଆଉ ସୁଯୋଗର ସଦୁପଯୋଗ କରିଛନ୍ତି ଇଷାନ କିଶାନ । ୨୪ ବର୍ଷ ଇଷାନ କିଶାନ ଭାରତୀୟ ଦଳ ପାଇଁ ଏବେ ଯାଏ ମାତ୍ର ୯ଗୋଟି ଦିନିକିଆ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି ।

Leave A Reply

Your email address will not be published.