Latest Odisha News

BREAKING NEWS

ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର : ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଆଜି ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇ ଜେନେରାଲ ଓ୍ବାର୍ଡକୁ ନିଆଯାଇଛି । ଦୀର୍ଘ ଦେଢ଼ ମାସରୁ ଅଧିକ ଦିନ ହେବ ଭୁବନେଶ୍ବର ଏମସରେ ଚିକିତ୍ସିତ ହେଉଛନ୍ତି ପ୍ରଦୀପ୍ତ ନାୟକ । ଉଭୟ ଏମସ ଓ ରାଜ୍ୟ ସରକାରଙ୍କ ଡାକ୍ତରୀ ଟିମ୍ ତାଙ୍କୁ ସ୍ବତନ୍ତ୍ର ଭାବେ ଚିକିତ୍ସା କରୁଛନ୍ତି । ଆଜି ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇ ଜେନେରାଲ ଓ୍ବାର୍ଡକୁ ନିଆଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଏମସ କର୍ତ୍ତୃପକ୍ଷ ।

କରୋନାରେ ଆକ୍ରାନ୍ତ ପରେ ଏପ୍ରିଲ ୨୦ ତାରିଖରେ ପ୍ରଦୀପ୍ତ ନାୟକଙ୍କୁ ଭୁବନେଶ୍ବର ଏମସରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏପ୍ରିଲ ୨୬ ତାରିଖରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ଭେଣ୍ଟିଲେଟରରେ ରଖାଯାଇ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଥିଲେ । ଏବେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡିଛି । ତାଙ୍କୁ ଜେନେରାଲ ଓ୍ବାର୍ଡକୁ ନିଆଯାଇ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖଯାଇଛି । ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ବେଳେ, ଆଉ କିଛି ଦିନ ଏମସରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯିବ । ପ୍ରଦୀପ୍ତ ନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତା ଓ କର୍ମୀ ।

Leave A Reply

Your email address will not be published.