Latest Odisha News

BREAKING NEWS

ଆସୁଛି ବର୍ଷା …. ସତର୍କ ରହିବାକୁ ନିର୍ଦେଶ

ଭୁବନେଶ୍ୱର: ଓଡ଼ିଶାକୁ ମୌସୁମୀ ଛୁଇଁଥିବା ବେଳେ ବିଭିନ୍ନ ସ୍ଥାନରେ ବର୍ଷ ଆରମ୍ଭ ହୋଇ ଗଲାଣି । ତେବେ ଆଗକୁ ପ୍ରବଳ ର୍ବୋ ସାଙ୍ଗକୁ ବନ୍ୟା ଆଶଙ୍କା ବି ରହିଛି । ବନ୍ୟା ଜଳ ମାଡିଆସିବ ବୋଲି ଲୋକଙ୍କୁ ସତର୍କ କରିଦିଆଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜଳ ସମ୍ପଦ ବିଭାଗର ଆଗୁଆ ପ୍ରସ୍ତୁତି କରାଯାଇଛି ।। ଲଘୁଚାପ ଜନିତ ବର୍ଷା ଓ ମୌସୁମୀ ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃୃଷ୍ଟି ହେବ । ଏହାକୁ ସଠିକ୍ ଢଙ୍ଗରେ କିଭଳି ମୁକାବିଲା କରାଯିବ ସେ ନେଇ ବୈଠକରେ ଆଲୋଚନା କରାଯାଇଛି ।

ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଦ୍ୱାରା ବୈଠକରେ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ । ତେବେ କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଭଳି ଜିଲ୍ଲାକୁ ଅଧିକ ଫୋକସରେ ରଖାଯାଇଛି । ପରିସ୍ଥିତି ଦେଖି କୌଣସି ଅଫିସର ହେଡକ୍ୱାର୍ଟର ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

କିଛି ସ୍ଥାନରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଥିବା ସହ ନଦୀ ବନ୍ଧ ଗୁଡ଼ିକରେ ପାଟ୍ରୋଲିଂ ସହ ୨୦ଟି ଦୁର୍ବଳ ନଦୀବନ୍ଧ ଉପରେ ଅଧିକ ଦୃଷ୍ଟି ରଖାଯିବ ବୋଲି କୁହାଯାଇଛି । ଲଘୁଚାପ ଯୋଗୁ ଆଜି ଅନେକ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୧ ତାରିଖରେ ସବୁଠାରୁ ଅଧିକ ବର୍ଷା ହେବା ନେଇ ଆକଳନ କରାଯାଉଛି ।

Leave A Reply

Your email address will not be published.