Latest Odisha News

BREAKING NEWS

ଜୟ ନାରାୟଣଙ୍କ ପ୍ରଶ୍ନ: ଗୁରୁତର ମନ୍ତ୍ରୀଙ୍କୁ ଏୟାର ଲିଫ୍ଟିଂ ବେଳେ ଅକ୍ସିଜେନ, ରକ୍ତ ଦିଆ ଯାଇଥିଲା କି ?

ଭୁବନେଶ୍ୱର: ନବ ଦାସ ହତ୍ୟା ଘଟଣାରେ ପୁଣି ସରକାର ଏବଂ ପୋଲିସ ପ୍ରଶାସନ ଉପରେ ବର୍ଷିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର । ଜଣେ କ୍ୟାବିନେଟ ପାହ୍ୟାର ମନ୍ତ୍ରୀଙ୍କୁ ଗୃହ ବିଭାଗର ଜଣେ ପୋଲିସ ଅଧିକାରୀ ଗୁଳି କରି ହତ୍ୟା କରିବା କିଛି ଛୋଟ କଥା ନୁହେଁ ବୋଲି କହିଛନ୍ତି ବିରୋଧୀ ଦଳ ନେତା । ଏତେ ବଡ ଘଟଣା ଘଟିବା ପରେ ବି ପୋଲିସ ତଥା ରାଜ୍ୟ ସରକାର ସାଧାରଣ ଜନତାଙ୍କଠାରୁ ତଥ୍ୟକୁ ଲୁଚାଇ ରଖୁଛନ୍ତି । ନିଜକୁ କ୍ଲିନ ଚିଟ ଦେବାକୁ ଚେଷ୍ଟା କରୁଛନ୍ତି  । ଆଉ ସେଥିପାଇଁ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାର ଅନୁମତି ଦେଉ ନ ଥିବା ଅଭିଯୋଗ ଆଣିଛନ୍ତି  ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ।

ଶ୍ରୀ ମିଶ୍ର ଅଭିଯୋଗ ଆଣିଛନ୍ତି, ଓଡ଼ିଶା ପୋଲିସ ଆଇମା କାହାଣୀ କହୁଛି । ଆମେ ସେଥିରେ କାହିଁକି ଯିବା । ଫେଡେରାଲ ସଷ୍ଟମ ଅନୁଯାୟୀ, ଓଡ଼ିଶା ପୋଲିସ ପ୍ରତି ଯଦି ଆକ୍ଷେପ ଆସୁଛି ତେବେ ଏହା ସିବିଆଇ ତଦନ୍ତ ହେବା ଦରକାର । ହେଲେ ରାଜ୍ୟ ସରକାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଉନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ମିଶ୍ର ।

ବିରୋଧୀ ଦଳ ନେତା କହିଛନ୍ତି, ସାଧାରଣ କାଗଜଟିକୁ ଯଦି ଆମେ ପାଣିରେ ପକାଇ ଦେବା ଘଣ୍ଟାକ ପରେ ସେଥିରୁ କିଛି ପାଇବାନି । ହେଲେ ୪ ଦିନ ପାଇଖାନା ଟାଙ୍କିରେ ପଡିବା ପରେ ସରକାର କାଗଜ ଟୁକୁଡାକୁ ବାହାର କରି କହୁଛନ୍ତି ସେଥିରୁ ତଥ୍ୟ ମିଳଛି । ଏହା ଆଇମା’ କାହାଣୀ ବ୍ୟତୀତ କ’ଣ ହୋଇପାରେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ବିରୋଧୀ ଦଳ ନେତା ବାରମ୍ବାର କହି ଆସୁଛନ୍ତି, ନବ ଦାସଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା  । ମାମଲାକୁ ରଫାଦଫା କରିବା ପାଇଁ କେବଳ ଆପୋଲୋକୁ ନିଆଯାଇଥିଲା । ଏହି ପ୍ରସଙ୍ଗରେ ଜୟନାରାୟଣ  ସରକାରଙ୍କୁ ପ୍ରଶ୍ନ କରିଛନ୍ତି, ଝାରସୁଗୁଡାରେ ନବ ଦାସଙ୍କ ଅବସ୍ଥା ଗୁରୁତର ଥିବାରୁ ଯଦି ଏୟାର ଲିଫ୍ଟିଂ କରି ଆପୋଲୋ ନିଆଗଲା ତେବେ ସେଥିରେ ତାଙ୍କୁ ଅକ୍ସଜେନ ଦିଆ ଯାଇଥିଲା କି ? ରକ୍ତ ଦିଆ ଯାଇଥିଲା କି ?

ସେ ଆହୁରି ପ୍ରଶ୍ନ କରିଛନ୍ତି, ଯଦି ସେ ବଞ୍ଚିଥିଲେ ତେବେ ଆପୋଲୋରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ସାନ ନବ ଦାସଙ୍କୁ କାହିଁକି ନମସ୍କାର କଲେ ?

ନବ ଦାସଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଆଇମା କାହାଣୀ ଶୁଣାଉଛି ବୋଲି ଅଭିଯୋଗ କରି ଏହାର ସବିଆଇ ତଦନ୍ତ ଦାବି କରିଛନ୍ତି ଜୟ ନାରାୟଣ ।
େଳ

Leave A Reply

Your email address will not be published.