Latest Odisha News

BREAKING NEWS

କ୍ଲାର୍କ, ଦ୍ରାବିଡଙ୍କ ରନକୁ ଅତିକ୍ରମ କରିବା ପାଇଁ ପୂଜାରାଙ୍କ ନିକଟରେ ସୁଯୋଗ

ନୂଆଦିଲ୍ଲୀ: ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ଟିମ ମଧ୍ୟରେ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ ପାଇଁ ବର୍ଡର-ଗାଭାସ୍କର ସିିରିଜ ହାତେଇବା ଭାରତ ପାଇଁ ଜରୁରୀ ହୋଇ ପଡିଛି । ଅଷ୍ଟ୍ରେଲିଆ ବିପକ୍ଷରେ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ପୂଜାରା ୨୦ ମ୍ୟାଚରେ ୩୭ ଇନିଂସରେ ୧୮୯୩ ରନ କରିଛନ୍ତି । ସେହିପରି କୋହଲି ସମାନ ସଂଖ୍ୟକ ମ୍ୟାଚରେ ୩୬ ଇନିଂସ ଖେଳି ୧୬୮୨ ରନ ସଂଗ୍ରହ କରିଛନ୍ତି । ଭାରତ-ଅଷ୍ଟ୍ରେଲିଆ ସିରିଜରେ ଓଭରାଲ ପ୍ରଦର୍ଶନ ବିଚାରକୁ ନେଲେ ସଚିନ ତେନ୍ଦୁଲକର ଆଗରେ ରହିଛନ୍ତି ।

ସେ ୩୯ ମ୍ୟାଚର ୭୪ ଇନିଂସରେ ୩୬୩୦ ରନ କରିଛନ୍ତି । ତାଙ୍କ ପଛକୁ ରିକି ପଂଟି ରହିଛନ୍ତି । ସେ ୨୯ ମ୍ୟାଚରେ ୨୫୫୫ ରନ କରିଛନ୍ତି । ପୂଜାରା ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସେ ଏହି ସିରିଜରେ ଭଲ ପ୍ରଦର୍ଶନ କଲେ ମାଇକେଲ କ୍ଲାର୍କ ଓ ରାହୁଲ ଦ୍ରାବିଡଙ୍କ ରନକୁ ଅତିକ୍ରମ କରିପାରିବେ । କ୍ଲାର୍କ ୨୨ ମ୍ୟାଚରେ ୨୦୪୯ ଓ ଦ୍ରାବିଡ ୩୨ ମ୍ୟାଚରେ ୨୧୪୩ ରନ ସଂଗ୍ରହ କରିଛନ୍ତି ।

Leave A Reply

Your email address will not be published.