ଭୁବନେଶ୍ୱର: ବଙ୍ଗପସାଗରରେ ସକ୍ରିୟ ଗଭୀର ଅବପାତ। ବର୍ତ୍ତମାନ ଉତ୍ତର ଓ ଉତ୍ତର ପୂର୍ବ ଦିଗରେ ଗତି କରିବ। ପଶ୍ଚିମବଙ୍ଗ ଓ ସଂଲଗ୍ନବର୍ତ୍ତୀ ବାଂଲାଦେଶ ଉପକୂଳରେ ମନ୍ଥର ଗତିରେ ଉତ୍ତର ପୂର୍ବ ଦିଗରେ ବଢୁଛି। ଘଣ୍ଟା ପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି। ଏହାର ପରବର୍ତ୍ତୀ ୨୪ ଘଣ୍ଟା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ ବୋଲି ଆଇଏମଡି ପୂର୍ବାନୁମାନ କରିଛି।
ଏପଟେ ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା। ପ୍ରଭାବରେ ପ୍ରବଳ ବର୍ଷା ପାଇଁ ୧୧ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅନ୍ୟପଟେ ରାଜ୍ୟରେ ଜାରି ରହିଛି ମୌସୁମୀର ବର୍ଷା। ଓଡ଼ିଶାକୁ ମୌସୁମୀ ସଅଳ ଛୁଇଁଥିବା ବେଳେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପରିବ୍ୟାପ୍ତି ଜାରି ରହିଛି । ତିନିଟି ଜିଲ୍ଲା ମାଲକାନଗିରି, କୋରାପୁଟ ଓ ଗଜପତିକୁ ସଂପୂର୍ଣ୍ଣ ଛୁଇଁଛି ମୌସୁମୀ।
ସେହିପରି ନବରଙ୍ଗପୁର, ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁସାରିଲାଣି। କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର କିଛି ଅଞ୍ଚଳରେ ପ୍ରବେଶ କରିଛି ମୌସୁମୀ। ଆଗାମୀ ଦୁଇ ଦିନ ଭିତରେ ମୌସୁମୀ ସାରା ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି ।
Comments are closed.