Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ମହାପ୍ରଭୁଙ୍କ ବିବାହ ଉତ୍ସବ ପରେ ଶ୍ରୀମନ୍ଦିରରେ ଗୁଆଲୀ ନୀତି

ପୁରୀ :  ମହାପ୍ରଭୁ ବିବାହ ବନ୍ଧନରେ ବାନ୍ଧି ହେବାପରେ ଆଜି ଗୁଆଲୀ ନୀତି ଅନୁଷ୍ଠିତ ହେବ । ସେପଟେ ସ୍ନାନଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ଆଜିଠାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ମାନେ ଶ୍ରୀମନ୍ଦିର ପ୍ରବେଶ କରିଛନ୍ତି । ମହାପ୍ରଭୁଙ୍କ ସ୍ନାନଯାତ୍ରା, ଅଣସର, ଘୋଷଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଏବେ ଦଇତାପତି ମାନେ ମହାପ୍ରଭୁଙ୍କ ସେବାରେ ରହିବେ। ଶ୍ରୀମନ୍ଦିରରେ ଆଜି ଦଇତାପତି ମାନେ ବାହୁଟ କଣ୍ଟ ନୀତି କରିବାକୁ ଥିବାବେଳେ କୋଠସୁଆଁସିଆ ମାନେ ମହାପ୍ରଭୁଙ୍କ ପହଣ୍ତି ବିଜେ ପାଇଁ ଚାରମାଳ ବାନ୍ଧିବେ।

ମହାପ୍ରଭୁଙ୍କ ବିବାହ ଉତ୍ସବରେ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଜମି ଟ୍ରାଫିକ ସମସ୍ୟା ଉପୁଜିଥିବା ବେଳେ ଆଜି ମଧ୍ୟ ରବିବାରରେ ଲକ୍ଷାଧିକ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । ଦୁଇବର୍ଷ ପରେ ଭକ୍ତଙ୍କ ସହ ସ୍ନାନଯାତ୍ରା ଓ ରଥଯାତ୍ରା ହେବାକୁ ଥିବାରୁ ଭିଡ ନିୟନ୍ତ୍ରଣ ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ରହିବ । ଅନ୍ୟପଟେ ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା ପାଇଁ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ୫୦ ପ୍ଲାଟୁନ ପୋଲିସ ଫୋର୍ସ ସହ ଟ୍ରାଫିକ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ପୁରୀ ଏସପି କହିଛନ୍ତି ।

ଦୁଇବର୍ଷ ପରେ ଭକ୍ତଙ୍କ ଗହଣରେ ସ୍ନାନଯାତ୍ରା ଓ ରଥଯାତ୍ରା ହେଉଥିବାରୁ ଭିଡ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପୋଲିସ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ରହିବ।

Comments are closed.