Latest Odisha News

କେଆଇୱାଜି: ଖୋଖୋ ବାଳିକା ଫାଇନାଲରେ ଓଡିଶା

ପଂଚକୁଲା: ହରିୟାଣାର ପଂଚକୁଲାରେ ଚାଲିଥିବା ଖେଲୋ ଖଣ୍ଡିଆ ୟୁଥ ଗେମ୍ସରେ ଓଡିଶାର ଖୋ ଖୋ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ବାଳିକା ଟିମ ଫାଇନାଲକୁ ଉନ୍ନୀତ ହୋଇ ସ୍ୱର୍ଣ୍ଣ ପଦକ ଆଶା ସୃଷ୍ଟି କରିଛନ୍ତି । ସେମିରେ ସେମାନେ ପଞ୍ଜାବକୁ ଇନିଂସ ଓ ୧ ପଂଏଟ ବ୍ୟବଧାନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଦୌଡରେ ସାମିଲ ହୋଇଥିଲେ । ସୋମବାର ଫାଇନାଲ ମ୍ୟାଚ ଖେଳାଯିବ ।

ଅପରପକ୍ଷରେ ବାଳକ ଟିମ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେମାନେ ୧୪-୧୩ରେ ଦିଲ୍ଲୀକୁ ପରାସ୍ତ କରିଥିଲେ । ପରର୍ବତୀ ରାଉଣ୍ଡରେ ବାଳକ ଟିମ ପଶ୍ଚିମବଙ୍ଗକୁ ଭେଟିବ ।

Leave A Reply

Your email address will not be published.