Latest Odisha News

BREAKING NEWS

ସ୍କୁଲ ଖୋଲିବାର ପ୍ରଥମ ଦିନରୁ ମଧ୍ୟାହ୍ନ ଭୋଜନ ଦିଆଯିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ସରି ସରି ଆସିଲାଣି ଗ୍ରୀଷ୍ମ ଛୁଟି । ଆସନ୍ତା ୧୮ ତାରିଖରେ ଖୋଲିବ ରାଜ୍ୟର ସମସ୍ତ ବିଦ୍ୟାଳୟ । ତେବେ ସ୍କୁଲ ଖୋଲିବାର ପ୍ରଥମ ଦିନରୁ ହିଁ ରାଜ୍ୟର ସବୁ ସ୍କୁଲ ଗୁଡିକରେ ମଧ୍ୟାହ୍ନ ଭୋଜନ ଦିଆଯିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ମୋହନ ସରକାର ।

ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ପାଇଁ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ରହିଛି ।

ଯେପରି କୌଣସି ପିଲା ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ନହୁଅନ୍ତି ସେନେଇ ଧ୍ୟାନଦେବାକୁ ତାଗିଦ ହୋଇଛି । ଏନେଇ ସମସ୍ତ ଡିଇଓଙ୍କୁ ପିଏମ୍‌ ପୋଷଣ ରାଜ୍ୟ ନୋଡାଲ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.