Latest Odisha News

BREAKING NEWS

ଓଆରଏଚଡିସି ଦୁର୍ନୀତି ମାମଲା: ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର : ଓଆରଏଚଡିସି ଦୁର୍ନୀତି ମାମଲାରେ ଛନ୍ଦି ହୋଇପଡିଥିବା ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାର ଓ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଲା । ଗତ ଶୁକ୍ରବାର ଦିନ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆତ୍ମସମର୍ପଣ କରିବା ପରେ କୋର୍ଟ ତାଙ୍କୁ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ । ଏହାପରେ ଗିରଫ ହୋଇ ଜେଲରେ ଅଛନ୍ତି ।

ତେବେ ଭିଜିଲାନ୍ସ ଅଦାଲତଙ୍କ ରାୟକୁ ଚାଂଲେଜ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ବିନୋଦଙ୍କ ସହ ତାଙ୍କର ୪ଜଣ ସହଯୋଗୀ । ପୂର୍ବରୁ ଏହି ମାମଲାରେ ଚିତ୍ତରଂଜନ ମଲ୍ଲିକ, ପ୍ରଦୀପ ରାଉତ ଓ ଆଶିଷ ନାୟକଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ ୨୦୦୦ ମସିହାରେ ଓଆରଏଚଡିସିରେ ୫୫ଲକ୍ଷ ଟଙ୍କାର ମହାଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା । ସେ ସମୟରେ ଏହି ମାମଲାରେ ବିନୋଦଙ୍କ ସମେତ ୫ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହିନ ଗିରଫ ପରୱାନା ଜାରି କରିଥିଲେ ।

Leave A Reply

Your email address will not be published.