Latest Odisha News

BREAKING NEWS

ଜୁଲାଇ ୯ରେ ମାଟ୍ରିକ ପ୍ରମାଣ ପତ୍ର

ଭୁବନେଶ୍ଵର: ଆସନ୍ତା ଜୁଲାଇ ୨ ଏବଂ ୩ ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ସମସ୍ତ ଜିଲ୍ଲାର ସଦର ମହକୁମାରେ ପ୍ରମାଣପତ୍ର ବିତରଣ କେନ୍ଦ୍ର କରାଯାଇଛି। ପ୍ରଧାନ ଶିକ୍ଷକମାନେ ଆବଶ୍ୟକ ତଥ୍ୟ ଦେଇ କୃତୀ ବିଦ୍ୟାର୍ଥୀଙ୍କ ପ୍ରମାଣପତ୍ର ନେଇପାରିବେ। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମାନେ ପ୍ରମାଣପତ୍ର ବଣ୍ଟନ ପ୍ରକ୍ରିୟାର ତଦାରଖ କରିବେ। କୌଣସି ଅସୁବିଧା ହେଲେ ତୁରନ୍ତ ପଦକ୍ଷେପ ନେବାକୁ ସମସ୍ତ ଡିଇଓଙ୍କୁ ପରାମର୍ଶ ଦିଆଯାଇଛି।

ସେପଟେ ଜୁଲାଇ ୯ ତାରିଖ ଦିନ ବିଦ୍ୟାଳୟରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ। ପ୍ରମାଣପତ୍ରରେ କୌଣସି ତ୍ରୁଟି ଥିଲେ ଜୁଲାଇ ୧୨ ରୁ ୨୨ ତାରିଖ ମଧ୍ୟରେ କଟକସ୍ଥିତ ବୋର୍ଡ ମୁଖ୍ୟାଳୟରେ ସଂଶୋଧନ କରିପାରିବେ ଛାତ୍ରଛାତ୍ରୀ। ପ୍ରମାଣପତ୍ର ମୁଦ୍ରଣ ପାଇଁ ନିର୍ଦ୍ଧାରିତ ଫି’ ଦେଇ ସଂଶୋଧନ କରିବେ ଛାତ୍ରଛାତ୍ରୀ ।

ଚଳିତ ବର୍ଷ ଫଳାଫଳ ପ୍ରକାଶ ଦିନ ବୋର୍ଡ ପକ୍ଷରୁ ପ୍ରଥମ କରି ଡିଜିଟାଲ୍‍ ପ୍ରମାଣପତ୍ର ଯୋଗାଇ ଦିଆଯାଇଥିଲା। କିନ୍ତୁ ପୂର୍ବପରି ପ୍ରମାଣପତ୍ରର ମୂଳ ହାର୍ଡକପି ପ୍ରଦାନ କରାଯାଇ ନଥିବାରୁ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏବେ ବୋର୍ଡ କର୍ତ୍ତୃପକ୍ଷ ଏହି ପ୍ରମାଣ ପତ୍ର ଦେବା ପରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟକ ହେବ ।

Leave A Reply

Your email address will not be published.