କଟକ: ଭିଡିଓ କନଫରେନ୍ସିଂ ପାଇଁ ଜୁମ ସଫ୍ଟୱେୟାରର ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ହାଇକୋର୍ଟ ।
ଏହି ସଫ୍ଟୱେୟାର ପ୍ରୟୋଗର ବ୍ୟବହାର ନ କରିବାକୁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ କୋର୍ଟ, କୋର୍ଟର ସମସ୍ତ ଅଧିକାରୀ, କାର୍ଯ୍ୟନିର୍ବାହୀ ପ୍ରଧାନ ବିଚାରପତିଙ୍କ ଅତିରିକ୍ତ ରେଜିଷ୍ଟ୍ରାର-କମ-ପ୍ରିନ୍ସିପାଲ ସେକ୍ରେଟାରୀ, ଜଜ୍, ଆଡଭୋକେଟ୍ ଜେନେରାଲଙ୍କୁ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୬ରେ ଏକ ଆଡଭାଇଜରୀ ଗୃହ କେନ୍ଦ୍ର ମନ୍ତ୍ରଣାଳୟ ସରକାରୀ କର୍ମଚାରୀଙ୍କୁ ଏହି ଆପ୍ ବ୍ୟବହାର କରିବାକୁ ବାରଣ କରିଥିଲା।
ଜାତୀୟ ସାଇବର ସୁରକ୍ଷା ଏଜେନ୍ସି – କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍ ଅଫ୍ ଇଣ୍ଡିଆ (ସିଇଆରଟି-ଇନ୍) – ଲୋକପ୍ରିୟ ଆପର ସାଇବର ଦୁର୍ବଳତାକୁ ଚିହ୍ନଟ ପରେ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଆଡଭାଇଜରୀ ଆସିଥିଲା।
Comments are closed.