Latest Odisha News

BREAKING NEWS

ଓଡ଼ିଶା ହାଇକୋର୍ଟରେ ବାହାରିଲା ନିଯୁକ୍ତି; ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀମାନେ କରିପାରିବେ ଆବେଦନ

ଭୁବନେଶ୍ୱର : ଯୁବପୀଢ଼ିଙ୍କ ପାଇଁ ଆସିଲା ଖୁସି ଖବର । ଓଡ଼ିଶା ହାଇକୋର୍ଟରେ ପାଇପାରିବେ ନିଯୁକ୍ତି। ଏନେଇ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ଏହି ବିଜ୍ଞପ୍ତି ଜାରି କରାଯାଇଛି । ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ମାନେ ବାହାରିଥିବା ପଦବୀ ପାଇଁ କରିପାରିବେ ଆବେଦନ । ବର୍ତ୍ତମାନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ସୂଚନା ଅନୁଯାୟୀ, ଓଡ଼ିଶା ଉଚ୍ଚନ୍ୟାୟଳୟରେ ଜୁନିୟର ଆସିଷ୍ଟାଣ୍ଟ ଏବଂ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ପଦବୀ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ବିଜ୍ଞପ୍ତି ଜରିଆରେ ଓଡିଶା ହାଇକୋର୍ଟର ମୋଟ ୨୩୪ଟି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେଥିମଧ୍ୟରୁ ୧୯୯ଟି ପଦବୀ ସହକାରୀ ବିଭାଗ ଅଧିକାରୀ ପଦବୀ ନିମନ୍ତେ ହୋଇଥିବା ବେଳେ ୩୫ଟି ଜୁନିଅର ଷ୍ଟେନୋଗ୍ରାଫର ପଦବୀ ରହିଛି । ତେବେ ଏହି ପଦବୀ ପାଇଁ ମାର୍ଚ୍ଚ ଏକ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୨୦୨୩ ମାର୍ଚ୍ଚ ୨୦ ତାରଖ ଯାଏଁ ଆବେଦନର ସମୟସୀମା ରହିଛି ।

ଏଥିସହ ଏହି ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ ସୀମା ୧ ଅଗଷ୍ଟ ୨୦୨୩ ସୁଦ୍ଧା ୨୧ ରୁ ୩୨ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଆଶାୟୀ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି  ।

Leave A Reply

Your email address will not be published.