Latest Odisha News

BREAKING NEWS

କୃତଜ୍ଞତା ଭୁଲିଗଲା ତୁର୍କୀ; ଜାତିସଂଘରେ ପାକିସ୍ତାନର ଭାରତ ବିରୋଧୀ ସ୍ୱରକୁ କଲା ସମର୍ଥନ

ନୂଆଦିଲ୍ଲୀ: ପୁଣି ନିଜର ଅସଲ ରଙ୍ଗ ଦେଖାଇଲା ତୁର୍କୀ । ମାସେ ଯାଇନି, ଭୁଲିଗଲା କୃତଜ୍ଞତା । ପୁଣି ଭାରତ ବିରୋଧରେ ଉଠାଇଲା ସ୍ୱର । ଜାତିସଂଘ ମାନବାଧିକାର ପରିଷଦରେ ଭାରତକୁ ନୁହେଁ ପାକିସ୍ତାନକୁ ସମର୍ଥନ କଲା ତୁର୍କୀ । ମୁସଲିମ ଭାଇଚାରା ନିଭାଇବାକୁ ଯାଇ ପାକିସ୍ତାନର ଭାରତ ବିରୋଧି ଅପପ୍ରଚାରକୁ ସଠିକ  ପ୍ରତିପାଦନ କରିବାରେ ସମର୍ଥନ ଦେଲା । ପାକିସ୍ତାନର ସ୍ୱର ସହ ସ୍ୱର ମିଶାଇ ଭାରତ ବିରୋଧରେ ସ୍ୱର ଉଠାଇଥିଲା । ପାକିସ୍ତାନ ସହ ମିଶି ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଘଂନ କରାଯାଇଛି ବୋଲି କହିଛି ତୁର୍କୀ ।

ଏହା ପୂର୍ବରୁ ପାକିସ୍ତାନ ମଧ୍ୟ ସମାନ ଅଭିଯୋଗ ଆଣିଥିଲା । ଅବଶ୍ୟ ଭାରତ ଏହାର କଡା ଜବାବ ମଧ୍ୟ ଦେଇଛି । ୟୁଏନଏଚଆସିରେ ଭାରତର ପ୍ରତିନିଧି ସୀମା ପୂଜାନୀ କହିଥିଲେ, ‘ପାକିସ୍ତାନର ପ୍ରତିନିଧିମାନେ ପୁଣିଥରେ ଭାରତ ବିରୋଧରେ ନିଜର ଦୁର୍ଭାବନାପୂର୍ଣ୍ଣ ପ୍ରଚାର ପାଇଁ ଏହି ପ୍ରତିଷ୍ଠିତ ମଞ୍ଚର ଦୁରୁପଯୋଗ କରିଛନ୍ତି । ସେ କହିଥିଲେ, ମାନବାଧିକାର ପ୍ରସଙ୍ଗରେ ପାକିସ୍ତାନର ସ୍ୱର ଥଟ୍ଟା କଲାପରି ଲାଗୁଛି । ପାକିସ୍ତାନରେ ଆବାଜ ଉଠାଇବା ବ୍ୟକ୍ତି ହଜି ଯାଉଛନ୍ତି ।’

ତେବେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିବାକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି । କାରଣ ମାସେ ତଳେ ଭୂକମ୍ପ ଯୋଗୁ ଯେତେବେଳେ ତୁର୍କୀ ଧ୍ୱଂସସ୍ତୁପରେ ପରିଣତ ହୋଇଥିଲା ସେତେବେଳେ ଭାରତ ପ୍ରଥମେ ବଢାଇଥିଲା ସହାୟତାର ହାତ । ତୁର୍କୀର ଏ ଦୁର୍ଦ୍ଦିନ ସମୟରେ ମାତ୍ର କେଇ ଘଣ୍ଟା ମଧ୍ୟରେ ସେଠାରେ ପହଞ୍ଚିଥିଲେ ଭାରତୀୟ ଉଦ୍ଧାରକାରୀ ଦଳ । ସମ୍ପୂର୍ଣ୍ଣ ନିଜସ୍ୱ ଉଦ୍ୟମରେ ଦେବଦୂତ ସାଜି ମୃତ୍ୟୁ ମୁହଁରୁ ଜୀବନକୁ ଛଡାଇ ଆଣିଥିଲେ । ଭାରତରେ ଥିବା ତୁର୍କୀ ରାଜଦୂତ ମଧ୍ୟ ଏ ନେଇ ଭାରତକୁ  ଖୁବ ପ୍ରଶଂସା କରିଥିଲେ । ସେତେବେଳେ ଭାରତକୁ ନିଜର ବନ୍ଧୁ ବୋଲି କହିଥିଲେ ତୁର୍କୀ ରାଷ୍ଟ୍ରଦୂତ ।

ହେଲେ ଦିନ କେଇଟା ଯାଇଛି କି ନାହିଁ ସବୁ କୃତଜ୍ଞତା ଭୁଲିଗଲା ତୁର୍କୀ । ପାକିସ୍ତାନରେ ସଂଖ୍ୟା ଲଘୁଙ୍କ ଉପରେ ହେଉଥିବା ନିର୍ଯାତନାକୁ ଆକ୍ଷେପ କରି ସୀମା ପୂଜାନୀ କହିଥିଲେ, ପାକିସ୍ତାନରେ  ସଂଖ୍ୟାଲଘୁଙ୍କ ପାଇଁ ଧାର୍ମିକ ସ୍ୱାଧୀନତା ନାହିଁ । ସେମାନେ ତାଙ୍କ ଧର୍ମର ପାଳନ କରିପାରିବେ ନାହିଁ । ଧର୍ମକୁ ନେଇ ଅହମଦିଆ ସମୁଦାୟଙ୍କୁ  ନିର୍ଯାତନା ଦିଆଯାଉଛି । ଇସାଇଙ୍କ ପାଇଁ କେବଳ ସଫାସୁତୁରା କାମ ସଂରକ୍ଷିତ ହୋଇ ରହିଛି । ହିନ୍ଦୁ ଏବଂ ଶିଖ ସଂପ୍ରଦାୟଙ୍କ ଧାର୍ମିକ ସ୍ଥଳ ଉପରେ ଲଗାତାର ଆକ୍ରମଣ ହେଉଛି । ଅଳ୍ପସଂଖ୍ୟକ ଯୁବତୀଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରି ଦିଆଯାଇଛି ।

 

Leave A Reply

Your email address will not be published.