Latest Odisha News

ଥାନାରେ ପଡ଼ି ରହିଥିବା ଜବତ ଗାଡ଼ି ଉପରେ ନୀତି ପ୍ରସ୍ତୁତ କରିବାକୁ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ

କଟକ: ପୁଲିସ, ଅବକାରୀ ଓ ବନ ବିଭାଗ ଜବତ କରିଥିବା ଗାଡ଼ିଗୁଡ଼ିକୁ ଛାଡିବା ପ୍ରସଙ୍ଗରେ ଏକ ନୀତି ପ୍ରସ୍ତୁତ କରିବାକୁ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କ ପରିବହନ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି ଯେ, ଖୋଲାରେ ପଡ଼ି ଖରା ଓ ବର୍ଷାର ସଂସ୍ପର୍ଶରେ ଆସିଥିବା ଜବତ ଗାଡ଼ିଗୁଡ଼ିକର ଅବସ୍ଥା ଖରାପ ହେବା ସହ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଥାନା, ଅବକାରୀ କାର୍ଯ୍ୟାଳୟ ଓ ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ କାରଣରୁ ଜବତ ହୋଇଥିବା ଯାନବାହନ ଗୁଡିକ ପଡି ରହିଥିବାରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପରିବହନ କମିଶନରଙ୍କୁ ଗାଡି ମାଲିକଙ୍କ ସହ ଆଲୋଚନା କରି ସମାଧାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟରେ ଥାନା, ଅବକାରୀ କାର୍ଯ୍ୟାଳୟ ଓ ବନ ବିଭାଗର କାର୍ଯ୍ୟାଳୟକୁ ସୁଦୃଢ଼ କରିବାର ସମ୍ଭାବନା ଖୋଜିବା ସହ ଏହି ପ୍ରସଙ୍ଗରେ ଥିବା ନିୟମ କିମ୍ବା ଆଇନକୁ କୋହଳ କିମ୍ବା ସଂଶୋଧନ କରିବାର ସମ୍ଭାବ୍ୟତା ସମ୍ପର୍କରେ ସତ୍ୟପାଠ ଦାଖଲ କରିବାକୁ କୋର୍ଟ ପରିବହନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅଦାଲତ କହିଛନ୍ତି ଯେ ରାଜ୍ୟ ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେବା ଉଚିତ ଏବଂ ପ୍ରକୃତ ମାଲିକଙ୍କ ସପକ୍ଷରେ କିଛି ସର୍ତ୍ତାବଳୀ ରେ ଗାଡିଗୁଡିକୁ ମୁକ୍ତ କରିବା ପାଇଁ ଏକ ନୀତି ପ୍ରସ୍ତୁତ କରନ୍ତୁ।

Comments are closed.