Latest Odisha News

ମମିତା ହତ୍ୟା ମାମଲା: ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ: ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ସରକାରଙ୍କୁ ତଦନ୍ତର ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ । ତଦନ୍ତ କେତେଦୂର ଆଗେଇଛି ସେ ନେଇ ରିପୋର୍ଟ ମାଗିଛନ୍ତି କୋର୍ଟ । ଆସନ୍ତା ୩ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି । ଜଷ୍ଟିସ ବିଶ୍ୱଜିତ ମହାନ୍ତିଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି କରାଯାଇଛି ।

ମମିତାଙ୍କ ପିତା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେର ଘଟଣାର ନିରପେକ୍ଷ ତଦନ୍ତ ଓ ମାମଲାର ଫାଷ୍ଟ ଟ୍ରାକ କୋର୍ଟର ବିଚାର କରିବା ନେଇ ଗତ ଦୁଇ ଦିନ ତଳେ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇ ଆବେଦନ କରିଥିଲେ । ଗୃହ ସଚିବ, ଡ଼ିଜିପି, ବଲାଙ୍ଗୀର ଜିଲ୍ଲାପାଳ ଓ ଏସପିଙ୍କୁ ପକ୍ଷଭୁକ୍ତ ପାଇଁ ଆବେଦନ କରାଯାଇଥିଲା ।

ସିନ୍ଧିକେଲା ଆଇଆଇସିଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରାଯାଇଥିବା ବରିଷ୍ଠ ଆଇନଜୀବୀ ତଥା ଆବେଦନକାରୀଙ୍କ ଓକିଲ ପ୍ରଦୀପ୍ତ କୁମାର ମହାନ୍ତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଲମ୍ବା ସମୟ ଧରି ତଦନ୍ତ ହେବା ଦ୍ୱାରା ମାନସିକ ଚାପରେ ପରିବାର ଲୋକେ ଥିବା କୋର୍ଟ ଦର୍ଶାଯାଇଛି ।

Leave A Reply

Your email address will not be published.