Latest Odisha News

BREAKING NEWS

ସାର୍ଟିଫିକେଟ ବଦଳରେ ନୋ କ୍ଲିଅରାନ୍ସ ଟ୍ୟାଗକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧ

ଅନୁଗୁଳ: ଆନ୍ଦୋଳନରେ ବସିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । ନୋ କ୍ଲିଅରାନ୍ସ ହଟାଇବା ଦାବିରେ ଆଜି ଏକାଠି ହୋଇଛନ୍ତି ଶହଶହ ଶିକ୍ଷକ ଶିକ୍ଷୟିତ୍ରୀ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତାଳଚେରରେ ଥିବା ପୈତୃକ ଘର ଆଗରେ ବିକ୍ଷୋଭ କରିଛନ୍ତି । ୧ଲକ୍ଷ ୮୦ହଜାର ଶିକ୍ଷକ ୨୦୧୭ରେ ୨ ବର୍ଷୀୟା ଡିଇଏଲଇଡି କୋର୍ସ କରିଥିଲେ । ହେଲେ ସେମାନଙ୍କୁ ସାର୍ଟିଫିକେଟ ନଦେଇ ନୋ କ୍ଲିଅରାନ୍ସ ଟ୍ୟାଗ୍ ଲଗାଇ ଦିଆଯାଇଛି ।

ଯାହାଫଳରେ ଚାକିରୀ ହରାଇବା ଭୟରେ ରହିଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ମାନେ । ଏହାର ବହୁବାର ବିରୋଧ କରି ଶେଷରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଘର ଆଗରେ ଧାରଣା ପ୍ରତିବାଦ କରିବା ସହିତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

Leave A Reply

Your email address will not be published.