Latest Odisha News

BREAKING NEWS

ସ୍ବର୍ଗଦ୍ବାରରେ ଶ୍ରାଦ୍ଧ ଓ ପୂଜା ସାମଗ୍ରୀ ବିକ୍ରୟ କେନ୍ଦ୍ରର ଦାୟିତ୍ବ ନବ ଓରମାସ

ପୁରୀ-  ସ୍ୱର୍ଗଦ୍ୱାର ପରିସର ମଧ୍ୟରେ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର ପରିଚାଳନା ଦାୟିତ୍ବ ନେବାକୁ ଯାଉଛି ଓର୍ମାସ। ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏ ସଂକ୍ରାନ୍ତରେ ଏକ ବୁଝାମଣାପତ୍ର  ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ପୁରୀ ଠାରେ ସ୍ୱର୍ଗଦ୍ୱାର ସେବା ସମିତି ଓ ଓରମାସ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।

ସ୍ୱର୍ଗଦ୍ୱାର ସେବା ସମିତି ପକ୍ଷରୁ ପୁରୀ ଉପଜିଲ୍ଲାପାଳ ତଥା ସ୍ୱର୍ଗଦ୍ୱାର ସେବା ସମିତିର ଆବାହକ ସମ୍ପାଦକ ଭବତାରଣ ସାହୁ ଓ ଓର୍ମାସ ପୁରୀ ତରଫରୁ ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାସ ବୁଝାମଣାପତ୍ରରେ ସ୍ଵାକ୍ଷର କରିଛନ୍ତି। ଏହି ବୁଝାମଣାପତ୍ର ସ୍ଵାକ୍ଷର କାର୍ଯ୍ୟକ୍ରମରେ ଯୋଗ ଦେଇ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଓର୍ମାସ ଯୋଡି ହେଲେ ଏହାଦ୍ୱାରା ଅନେକ ସ୍ୱୟଂସହାୟକ ଗୋଷ୍ଠୀ ଉପକୃତ ହେବେ ବୋଲି କହିଛନ୍ତି ।

ସ୍ୱର୍ଗଦ୍ୱାର କୁ ଶବ ସଂସ୍କାର ନିମନ୍ତେ ଆସୁଥିବା ମୃତକ ଙ୍କ ପରିଜନ ମାନେ ସୁଲଭ ମୂଲ୍ୟରେ ଉତ୍ତମ ମାନର ଗୁଣାତ୍ମକ ଆବଶ୍ୟକୀୟ ସାମଗ୍ରୀ ପାଇପାରିବେ  । ଏହି ସାମଗ୍ରୀଯୋଗାଣ ପାଇଁ ବିଧିବଦ୍ଧ ଭାବରେ ସ୍ୱୟଂସହାୟକ ଉତ୍ପାଦକ ଗୋଷ୍ଠୀର ଚୟନ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମକୁ ଓଡିଶା ସରକାରଙ୍କର ପଞ୍ଚାୟତିରାଜ ଏବଂ ପାନୀୟଜଳବିଭାଗ ତରଫରୁ ସବୁଜ ସଂକେତ ମିଲିବା ସହିତ ସହାୟ ନାମକ ସ୍ୱତନ୍ତ୍ର ଯୋଜନା ମାଧ୍ୟମରେ ସ୍ୱର୍ଗଦ୍ୱାର ଠାରେ ଆରମ୍ଭ ହେବାକୁ ଥିବା ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟକେନ୍ଦ୍ରର ସୁପରିଚାଳନା ପାଇଁ ସ୍ଵୟଂ ସହାୟକ
ଉତ୍ପାଦକ ଗୋଷ୍ଠୀ କୁ ଆର୍ଥିକ ଋଣ ଯୋଗାଇଦିଆଯାଇଛି ।

ଏହି ବ୍ୟବସ୍ଥା ସ୍ୱର୍ଗଦ୍ୱାରରେ ଯଥାଶୀଘ୍ର ଆରମ୍ଭ ହେବ  ବୋଲି ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି। ଏହି ଅବସରରେ ସ୍ୱର୍ଗଦ୍ୱାର ସେବାସମିତି ର କାର୍ଯ୍ୟକାରୀ ସଦସ୍ୟ ସିଦ୍ଧାର୍ଥ ରାୟ ଯୋଗଦେଇ ସ୍ୱର୍ଗଦ୍ୱାର ସଂସ୍କାର କାର୍ଯ୍ୟରେ ଆଉ ଏକ ଫର୍ଦ୍ଦ ଯୋଡି ହେଲା ବୋଲି କହିଥିଲେ। ଏହି ଅବସରରେ ସ୍ୱର୍ଗଦ୍ୱାର ସେବା କେନ୍ଦ୍ରର ସମସ୍ତ ସେବକ ଏବଂ ଓର୍ମାସ୍ ର ସମସ୍ତ କର୍ମଚାରୀ କୁ ନେଇ ସହାୟ ଯୋଜନାର ସୁ ପରିଚାଳନା ପାଇଁ ଏକ ମିଳିତ କର୍ମଶାଳା ର ଆୟୋଜନ କରାଯାଇଥିଲା ।  ଅଗଷ୍ଟ ୧୫ ତାରିଖ ଠାରୁ ଓରମାସ ଏହି ପୂଜା ଓ ଶ୍ରାଦ୍ଧ ସାମଗ୍ରୀ ବିକ୍ରୟ କେନ୍ଦ୍ର କାର୍ଯ୍ୟକ୍ଷମ ହେବ।

Leave A Reply

Your email address will not be published.