Latest Odisha News

BREAKING NEWS

ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ

ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ । ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ମ ଟ୍ବେଣ୍ଟି ରେ  ଟସ ଜିତି  20 ଓଭରରେ 7 ଉଇକେଟ ହରାଇ 188  ରନ କରିଛି ଭାରତୀୟ ଟିମ । ଆଜି ରୋହିତ ଶର୍ମା ବିଶ୍ରାମ ନେଇଥିବା ବେଳେ ଓପନର ଭାବେ ଶ୍ରେୟସ ଆୟର ଏବଂ ଇଶାନ କିଶନ ବ୍ୟାଟିଂ ଆରମ୍ଭ କରିଥିଲେ । ଇଶାନ କିଶନ 11 ରନ୍ କରି ଆଉଟ ହୋଇଥିଲେ ।  ଶ୍ରେୟସ ଆୟର 64 ରନ କରି ଆଉଟ ହୋଇଥିଲେ । ଦୀପକ ହୁଡା 38 ରନ୍,ସଂଜୁ ସମସନ 15 ରନ୍,ଦିନେଶ କାର୍ତ୍ତିକ 12 ରନ କରି ଆଉଟ ହୋଇଥିଲେ । ହାର୍ଦ୍ଦିକ ପାଣ୍ଡ୍ୟା 28 ରନ ଏବଂ ଅକ୍ଷର ପଟେଲ11 ରନ କରିଥିଲେ । ପଞ୍ଚମ ଟି-20ରେ 100 ରନରେ ସମସ୍ତ ଉଇକେଟ ହରାଇଛି ଓ୍ବେଷ୍ଟ ଇଣ୍ଡିଜ ।

 

 

ଆଜି ମ୍ୟାଚ୍ ପାଇଁ ଟିମ୍‌ ଇଣ୍ଡିଆରେ ୪ଟି ଅଦଳବଦଳ କରାଯାଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ହାର୍ଦିକ ପାଣ୍ଡ୍ୟା ଅଧିନାୟକ ଭାର ସମ୍ଭାଳିଥିଲେ ।  ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ ଏବଂ ଭୁବନେଶ୍ବର କୁମାରଙ୍କୁ ବିଶ୍ରାମ ଦିଆଯାଇଥିଲା ।

Leave A Reply

Your email address will not be published.