କମ୍ପାଲା: ଉଗାଣ୍ଡାରେ ଓସାମା ଆତଙ୍କ ସୃଷ୍ଟି କରିଥିଲା । ୧୯୯୧ରୁ ୨୦୦୫ ମଧ୍ୟରେ ଓସାମା ୮୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଖାଇଥିଲା । ଆମେ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କ କଥା କହୁ ନାହିଁ । ଏହି ଓସାମା ହେଲା ଏକ ବିଶାଳକାୟ କୁମ୍ଭୀର । ହ୍ରଦ କୂଳରେ ଛପି କରି ଏହା ରହିଥାଏ, ଆଉ ସେ ସମୟରେ ଯିଏ ତା ହାବୁଡରେ ପଡିଲା ତାର ବଂଚିବା ଅସମ୍ଭବ । ଆଫ୍ରିକାର ସବୁଠାରୁ ବଡ ହ୍ରଦ ଭିକ୍ଟୋରିଆରେ ରହୁଥିବା ଓସାମା ନୌକା ତଳେ ଶାନ୍ତ ଭାବେ ଯାଉଥାଏ । ଆଉ ଯେଉଁଠାରେ ସୁଯୋଗ ମିଳିଲା……..ସେଠି ଆକ୍ରମଣ କରିବାକୁ ପଛାଏ ନାହିଁ । ବହୁ କଷ୍ଟରେ ଏହି ଚର୍ଚ୍ଚିତ କୁମ୍ଭୀରକୁ ୨୦୦୫ରେ ଧରା ଯାଇଥିଲା । ଏଥିପାଇଁ ବନ୍ୟ ଅଧିକାରୀଙ୍କୁ ୭ ଦିନ ସମୟ ଲାଗିଥିଲା । ଅବଶ୍ୟ ଧରାପଡିବା ପରେ ଏହି କୁମ୍ଭୀରକୁ ମରାଯାଇ ନ ଥିଲା । ଏକ ବ୍ରିଡିଂ ପ୍ରୋଗ୍ରାମରେ ତାକୁ ପଠା ଯାଇଥିଲା । ସେ ଏତେ ବିଶାଳକାୟ (ପାଖାପାଖି ୧୬ ଫୁଟ)ଥିଲା ଯେ, ତାକୁ ସ୍ଥାନୀୟ ବାସିନ୍ଦା ଭାବେ ଅମର ବୋଲି ଭାବି ନେଇଥିଲେ । ବିଶେଷ କରି ଲୁଗାଂଗା ଗ୍ରାମରେ ଆତଙ୍କ ସୃଷ୍ଟି କରିଥିଲା । ଆଜିର ଦିନରେ ଓସାମା ଧରା ପଡିଥିବାରୁ ପୁନର୍ବାର ଏହାର ଆଲୋଚନା ଜୋର ଧରିଛି ।
BREAKING NEWS
- ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର
- Lalu Family Meet: ତୁଟିଲା କି ଲାଲୁ ପରିବାରରେ କଳି? ଘରେ ପହଞ୍ଚିଲେ ତେଜ ପ୍ରତାପ ଯାଦବ, ଲାଲୁ ଏବଂ ରାବ୍ରିଙ୍କ ପାଦ ଛୁଇଁ କହିଲେ…
- ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ
- ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କ ଦର୍ଶନ ବନ୍ଦ
- Mark Carney India Visit: ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ, ପୁଣି ମଜଭୁତ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ
- Sabarimala ‘Ghee Scam’: ସାବରୀମାଳା ମନ୍ଦିରରେ ‘ପବିତ୍ର ଘିଅ’ ବିକ୍ରି ଘୋଟାଲା: ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେଲେ କେରଳ ହାଇକୋର୍ଟ
- Prayagraj Magh Mela: ଲାଗିଛି ଭକ୍ତଙ୍କ ଭିଡ଼…ମକର ସଂକ୍ରାନ୍ତି ସ୍ନାନ ଉତ୍ସବ ପାଇଁ ପ୍ରସ୍ତୁତି ଶେଷ, ୧ କୋଟିରୁ ଅଧିକ ଭକ୍ତ ହୋଇପାରନ୍ତି ଏକାଠି…
- Lingaraj Temple: ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତି ନୀତିରେ ବିଭ୍ରାଟ, ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର
- ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ, ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ସରକାରଙ୍କ ଚିଠି
- ବେଙ୍ଗାଲୁରୁରୁ-ପ୍ୟାରିସ ବିମାନରେ ଯାନ୍ତ୍ରିକ ତ୍ରୁଟି, ହନ୍ତସନ୍ତ ଯାତ୍ରୀ
Comments are closed.