Latest Odisha News

BREAKING NEWS

ସ୍କୁଲ ଖୋଲିବା ପରେ ସଚେତନତା ଉପରେ ଗୁରୁତ୍ୱ : ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା

ଭୁବନେଶ୍ୱର :  ରାଜ୍ୟରେ ଖୁବଶୀଘ୍ର ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ପିଲାମାନେ ଶ୍ରେଣୀଗୃହରେ ବସି ପିଲାମାନେ ପାଠ ପଢ଼଼ିବାର ସୁବିଧା ପାଇପାରିବେ। ରାଜ୍ୟରେ ସଂକ୍ରମଣ ଭୟ ଥିବାରୁ ଦୀର୍ଘଦିନ ହେଲା ସ୍କୁଲ ବନ୍ଦ ଥିଲା। ହେଲେ ସ୍କୁଲ ଖୋଲିବା ପରେ ସଚେତନତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବ ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗ ବୋଲି ଜଣାପଡ଼ିଛି। ଏନେଇ ଶିଶୁ ସୁରକ୍ଷା ଆୟୋଗ ଚଳିତ ମାସ ୨୦ ତାରିଖରୁ ରାଜ୍ୟ ବ୍ୟାପି ଆରମ୍ଭ ହେବା ସ୍ୱତନ୍ତ୍ର ଅଭିଯାନ।

ଦୀର୍ଘ ୪୦ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲିବ। ଅନ୍ୟପଟେ ଆସନ୍ତା ୧୯ ତାରିଖରେ ପ୍ରଥମେ ଶୁଶୁ ବିଧାନସଭା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବିଧାନ ସଭା ପରିସରରେ ଏହି କାର୍ଯ୍ୟକ୍ରମ ହେବ। ହେଲେ ଏଥିପାଇଁ ବାଚସ୍ପତିଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କୁ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ। ଏଥିପାଇଁ କେବଳ ବାଚସ୍ପତିଙ୍କ ଅନୁମତିକୁ ନେଇ ଅପେକ୍ଷା ରହିଛି।

Leave A Reply

Your email address will not be published.