Latest Odisha News

BREAKING NEWS

ପୁନର୍ବାର ବିବାଦରେ ଅଷ୍ଟ୍ରେଲୀୟ କ୍ରିକେଟର ଶେନ ୱାର୍ଣ୍ଣେ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ ଲେଗ ସ୍ପିନର ଶେନ ୱାର୍ଣ୍ଣେ ପୁନର୍ବାର ଆଉ ଏକ ବିବାଦରେ ପଡିଛନ୍ତି । ଅଷ୍ଟ୍ରେଲିଆର ରିୟାଲିଟି ଟିଭି ଷ୍ଟାର ଜେସିକା ପାୱାର ତାଙ୍କ ବିରୋଧରେ ଅଭଦ୍ର ମେସେଜ ପଠାଇବା ଅଭିଯୋଗ ଆଣିଛନ୍ତି । ଏପରିକି ୱାର୍ଣ୍ଣେଙ୍କ ମୁଣ୍ଡ ବୋଧେ ଠିକ ନାହିଁ ବୋଲି କହିଛନ୍ତି । ପ୍ରଥମେ ଯେତେବେଳେ ଏକ୍ସରେଟେଡ ମେସେଜ ଆସିଲା, ମୁଁ ଚକିତ ହୋଇ ଯାଇଥିଲି । ଏ ନେଇ ତାଙ୍କୁ ସତର୍କ କରାଇବା ସତ୍ୱେ ସେ ବାରମ୍ବାର ମେସେଜ ପଠାଇବାରେ ଲାଗିଲେ । ଏବେ ମୁଁ ଜାଣିପାରୁଛି ସେ ବାରମ୍ବାର କାହିଁକି ଅସୁବିଧାରେ ପଡନ୍ତି ।

ସୂଚନାଯୋଗ୍ୟ, ଏହି ମହାନ ଲେଗ ସ୍ପିନର ଟେଷ୍ଟ କ୍ରିକେଟରେ ୭୯୩ ଏବଂ ଦିନିକିଆରେ ୨୯୩ ଉଇକେଟ ନେଇଛନ୍ତି । ପୂର୍ବରୁ ତାଙ୍କ ବିରୋଧରେ ଡ୍ରଗ୍ସ ସେବନ ଏବଂ ମଡେଲଙ୍କ ସହ ଅର୍ଦ୍ଧ ଉଲଗ୍ନ ଫଟୋ ନେଇ ବିବାଦ ସୃଷ୍ଟି ହୋଇଥିଲା ।

Leave A Reply

Your email address will not be published.