Latest Odisha News

ଓଏସ୍‍ଏଲ ପକ୍ଷରୁ ଏକ ଲକ୍ଷ ମାସ୍କ ମାଗଣା ବଣ୍ଟନ ନିଷ୍ପତ୍ତି

କଟକ: ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (ଓଏସ୍‌ଏଲ୍‌) ଲୋକମାନଙ୍କ ମଧ୍ୟରେ ଏକ ଲକ୍ଷ ମାସ୍କ ମାଗଣାରେ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛି ।

କୋଭିଡ ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୧୪ ଦିନିଆ ମାସ୍କ ଅଭିଯାନ ଆହ୍ୱାନକୁ ପାଳନ କରିବାକୁ ଯାଇ ଓଏସ୍‍ଏଲ୍‍ ପୁରୁଷ ଓ ମହିଳାମାନଙ୍କୁ ମାଗଣା ମାସ୍କ ବଣ୍ଟନ ପାଇଁ ନିଷ୍ପତ୍ତି ନେଇଛି। ଏଭଳି ମାଗଣା ମାସ୍କ ବଣ୍ଟନ କରିବାରେ ଓଏସ୍‌ଏଲ୍ ହେଉଛି ପ୍ରଥମ କର୍ପୋରେଟ୍ ହାଉସ୍‌।

ନିଜର ମାନବିକତା କାର୍ଯ୍ୟ ପାଇଁ ଜଣାଶୁଣା ଓଏସ୍‌ଏଲ୍‌ର ଅଧ୍ୟକ୍ଷ ମହିମାନନ୍ଦ ମିଶ୍ର ମହାମାରୀରେ ମାସ୍କ ବ୍ୟବହାର ଉପରେ ସଚେତନତା ସୃଷ୍ଟି କରିବା ପାଇଁ ସାଧାରଣ ଜନତାଙ୍କୁ ମାଗଣା ମାସ୍କ ବଣ୍ଟନ କରିଥିଲେ ।

ଏହି ଅବସରରେ ଶ୍ରୀ ମିଶ୍ର ମିଶ୍ର କହିଛନ୍ତି ଯେ ମାସ୍କ ପିନ୍ଧିବା ପାଇଁ ଏହି ୧୪ ଦିନିଆ ଅଭିଯାନରେ ଗରିବ ଏବଂ ଅଭାବୀ ଲୋକଙ୍କ ମଧ୍ୟରେ ଏକ ଲକ୍ଷ ମାସ୍କ ବଣ୍ଟନ କରିବାକୁ ଓଏସ୍‌ଏଲ୍ ଲକ୍ଷ୍ୟ ରଖିଛି ।

ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଓଏସ୍‌ଏଲ୍ କର୍ପୋରେଟ୍ ଅଫିସ୍ ସମ୍ମୁଖରେ ଆୟୋଜିତ ହୋଇଥିଲା। ଏହି ଅବସରରେ ଓଏସ୍‌ଏଲ୍ ଅଧ୍ୟକ୍ଷ ମହିମାନନ୍ଦ ମିଶ୍ର ଅଭାବୀ, ଗରିବ ଏବଂ ସାଧାରଣ ପୁରୁଷ ଏବଂ ମହିଳାଙ୍କୁ ମାସ୍କ ବଣ୍ଟନ କରି ଅଭିଯାନ ଆରମ୍ଭ କରିଥିଲେ। ମାସ୍କ ବଣ୍ଟନ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଓଏସ୍‌ଏଲ୍ ନିର୍ଦ୍ଦେଶକ ଚନ୍ଦନ ମିଶ୍ର, ଅର୍ଥ ନିର୍ଦ୍ଦେଶକ ଚରିତ ମିଶ୍ର ଏବଂ ଚିନ୍ମୟ ମିଶ୍ର ଉପସ୍ଥିତ ଥିଲେ।

ଓଏସ୍‌ଏଲ୍ ଗୋଷ୍ଠି ମଧ୍ୟ ଦୁଇ ଦିନିଆ କର୍ପୋରେଟ୍ ଟୀକାକରଣ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ଯେଉଁଠାରେ ସାରା ରାଜ୍ୟରେ ୨୬୦ ଓସିଏଲ୍‍ କର୍ମଚାରୀଙ୍କୁ ଟୀକାକରଣ କରାଯିବ । ଏହି ଗ୍ରୁପ୍ ନିକଟରେ ଓସିଏଲ୍‍ ର ୨୧୭ କର୍ମଚାରୀଙ୍କ ଆରଟି-ପିସିଆର ପରୀକ୍ଷା ମଧ୍ୟ କରାଯାଇଛି ।

୧୪ ଦିନିଆ ମାସ୍କ ଅଭିଯାନକୁ ସମର୍ଥନ କରି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି ଯେ କୋଭିଡ-୧୯ ମହାମାରୀର ସମ୍ମୁଖୀନ ହେଉଥିବା ତଥା ସେହି ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯାନନକୁ ସମର୍ଥନ କରିବା ପାଇଁ ଓସିଏଲ୍‍ ଗ୍ରୁପ୍ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ । ଆମେ ଆଜି ଏହି ଅଭିଯାନ କଟକରୁ ଆରମ୍ଭ କରିଛୁ ଏବଂ ସମଗ୍ର ଭାରତରେ ଓଏସ୍‌ଏଲ୍ ଅପରେସନ୍ କ୍ଷେତ୍ରରେ ମାସ୍କ ବଣ୍ଟନ କରିବୁ ।

Leave A Reply

Your email address will not be published.