Latest Odisha News

BREAKING NEWS

ଶତକ ହାସଲରୁ ରାହୁଲ ବଂଚିତ: ରାଜସ୍ଥାନ ସମ୍ମୁଖରେ ୨୨୨ ରନର ବିଶାଳ ଲକ୍ଷ୍ୟ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ସୋମବାର ଲୋକେଶ ରାହୁଲ ଏବଂ ଦୀପକ ହୁଡାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ପଞ୍ଜାବ କିଙ୍ଗସ ୨୨୨ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ଟସ୍ ଜିତି ରାଜସ୍ଥାନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲା । ପଞ୍ଜାବ ୨୦ ଓଭରରେ ୬ ଉଇକେଟ ହରାଇ ୨୨୧ ରନର ବିଶାଳ ସ୍କୋର କରିଥିଲା । ପଞ୍ଜାବ ବ୍ୟାଟିଂ ଆରମ୍ଭ କରି ମୟଙ୍କ ଅଗ୍ରୱାଲ(୧୪)ଙ୍କ ଉଇକେଟ ଶସ୍ତାରେ ହରାଇଥିଲା । ଏହା ପରେ କ୍ରିସ ଗେଲ୍ ଓ ରାହୁଲ ଇନିଂସ ସମ୍ଭାଳିଥିଲେ । ଗେଲ୍ ୨୮ ବଲରେ ୪୦ ରନ କରି ଆଉଟ ହୋଇ ଯାଇଥିଲେ ।

BjdElectrycity

ଦୀପକ ହୁଡା ଓ ଲୋକେଶ ତୃତୀୟ ଉଇକେଟରେ ୧୦୫ ରନ ଯୋଗ କରି ଦଳକୁ ସୁବିଧାଜନକ ସ୍ଥିତିରେ ପଂହଚାଇଥିଲେ । ଦୀପକ ୬୪ ଏବଂ ରାହୁଲ ୯୧ ରନ କରି ଆଉଟ ହୋଇଥିଲେ । ରାଜସ୍ଥାନ ପକ୍ଷରୁ ଚେତନ ସାକରିୟା ୩ଟି, କ୍ରିସ ମୋରିସ ୨ଟି ଏବଂ ରିୟାନ ପରାଗ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ ।

Leave A Reply

Your email address will not be published.