କୋରାପୁଟ: କୋରାପୁଟ ସୁଙ୍କି ଘାଟିରେ ଭୟଙ୍କର ଦୁର୍ଘଟଣା। ୫୦ ଫୁଟ୍ ତଳକୁ ଖସିଲା OSRTC ବସ୍। ସୁଙ୍କି ଘାଟିର ଦ୍ବିତୀୟ ବୁଲାଣିରେ ଟ୍ରକ୍କୁ ଧକ୍କା ଦେଇ ଘାଟି ତଳକୁ ଖସିଲା ବସ୍। ରାତି ପ୍ରାୟ ୩ଟା ବେଳେ ଘଟିଛି ଦୁର୍ଘଟଣା। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଯାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ଭାବନୀପଟଣାରୁ ବିଶାଖାପାଟଣ ଅଭିମୁଖେ ଯାଉଥିଲା ବସ୍।
ସୂଚନା ଅନୁସାରେ ବସ୍ରେ ଥିଲେ ୨୫ ଯାତ୍ରୀ। ସୁଙ୍କି ଘାଟିରେ ବିଳମ୍ବିତ ରାତି ପ୍ରାୟ ୩ୌ ସମୟରେ ହଠାତ୍ ବସଟି ଖାଇକୁ ଖସିପଡ଼ିଥିଲା। ଖବର ପାଇଁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲେ । ଆହତ ଯାତ୍ରୀଙ୍କୁ ପଟ୍ଟାଙ୍ଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି।