କଟକ: ଆସନ୍ତା ଜାନୁଆରୀ ୨୦ରେ ଓଡ଼ିଶା ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)OSSTET- ୨୦୨୫ । ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ଅବେଦନ କରିପାରିବେ। ଆସନ୍ତା ୧୭ ତାରିଖ ଆବେଦନର ଶେଷ ତାରିଖ ରହିଛି। ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ-BSE)ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି।
ଆଶାୟୀ ପ୍ରାର୍ଥୀମାନେ ୨୦୨୬ ଜାନୁଆରୀ ୧୦ ପରଠାରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବେ ।
ତେବେ ସକାଳ ୯ରୁ ସାଢ଼େ ୧୧ ପେପର-୧, ଅପରାହ୍ନ ୨ରୁ ୪ଟା ୩୦ ପେପର-୨ ଚାଲିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।