Latest Odisha News

ପ୍ରକାଶ ପାଇଲା ଓଏସଏସଟିଇଟି ରେଜଲ୍ଟ, ଜାଣନ୍ତୁ କିପରି କରିବେ ଡାଉନଲୋଡ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) । ପରୀକ୍ଷାର୍ଥୀମାନେ ନିଜ ରେଜଲ୍ଟ ଦେଖିବା ପାଇଁ www.bseodisha.ac.in ରେ ଲଗଇନ୍ କରି ନିଜ ନିଜ ରେଜଲ୍ଟ ଦେଖିପାରିବେ । ଏହାସହ ପରୀକ୍ଷାର୍ଥୀମାନେ ୱେବସାଇଟରୁ ଡିଜିଟାଲ ସାର୍ଟିଫିକେଟ୍ ପାଇପାରିବେ ।

ଜାଣନ୍ତୁ ଡାଉନଲୋଡ କରିବାର ପ୍ରକ୍ରିୟା…

ପ୍ରଥମେ ଓଏସଏସଟିଇଟିର ଅଫିସିଆଲ ୱେବସାଇଟ www.bseodisha.ac.inକୁ ଲଗ ଇନ୍‌ କରନ୍ତୁ । ସେଥିରେ ନିଜ ଇ-ମେଲ୍‌ ଆଇଡି ଏବଂ ପାସୱାର୍ଡ ଦିଅନ୍ତୁ । ଏହାପରେ ଲଗ୍‌ ଇନ୍‌ ଅଫସନ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ସ୍କ୍ରିନ୍ ରେ ଦୃଶ୍ୟମାନ ହେଉଥିବା ‘ଓଏସଏସଟିଇଟି ରେଜଲ୍ଟ ୨୦୨୪’ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଆପଣଙ୍କ ରେଜଲ୍ଟ କମ୍ପ୍ୟୁଟର ସ୍କ୍ରିନ୍‌ ରେ ଦେଖାଯିବ । ଏହାକୁ ଆପଣ ଡାଉନଲୋଡ କରି ନିଜର ରେଜଲ୍ଟ ଦେଖିପାରିବେ ।

Comments are closed.