Latest Odisha News

BREAKING NEWS

OTET Exam: ୪୫୨ଟି କେନ୍ଦ୍ରରେ ଚାଲିଛି ଓଟିଇଟି ପରୀକ୍ଷା-୨୦୨୫

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ଚାଲିଛି ଓଟିଇଟି ପରୀକ୍ଷା-୨୦୨୫ । ୪୫୨ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଓଟିଇଟି ପରୀକ୍ଷା । ଓଟିଇଟି ପେପର-୧ ରେ ୪୭ ହଜାର ୭୨୦ ଜଣ ଓ ପେପର-୨ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି । ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି । ରାଜ୍ୟର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୨୨ ହଜାର ୯୭୯ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହି ପରୀକ୍ଷା ଦେଉଛନ୍ତି । ସମସ୍ତ ୪୫୨ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ପରୀକ୍ଷାକୁ ଏଆଇ କ୍ୟାମେରା ଦ୍ଵାରା ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି ।

ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି। ଗତ ୧୪ ତାରିଖ ଠାରୁ ଡିଜି ଲକରରେ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯାଉଛି। ୩୦ଟି ଜିଲ୍ଲା ପାଇଁ ୪୦ଟି ରୁଟରେ ଆର୍ମଡପୁଲିସ ସହିତ ପ୍ରଶ୍ନପତ୍ର ପଠାଯାଉଛି ।

ଓଟିଇଟି ପ୍ରଥମ ପେପର ପରୀକ୍ଷା ସକାଳ ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ ଟାରେ ଶେଷ ହୋଇଥିବାବେଳେ, ଓଟିଇଟି ଦ୍ୱିତୀୟ ପେପର ପରୀକ୍ଷା ଦିନ ସାଢେ ୧ ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଉଭୟ ପେପରରେ ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ ୫୦ ମିନିଟର ଅଧିକ ସମୟ ପ୍ରଦାନ କରାଯିବ ।

Leave A Reply

Your email address will not be published.