Latest Odisha News

BREAKING NEWS

ସୋସିଆଲ ମିଡିଆରେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ନେଇ ଚର୍ଚ୍ଚା

ଭୁବନେଶ୍ୱର : ଓଡିଶା ଟିଚର୍ ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଲିକ୍ ହୋଇଥିବା ନେଇ ଅଭିଯୋଗ ହୋଇଛି।

‘ଶିଶୁ ବିକାଶ ଓ ଶିକ୍ଷା ବିଜ୍ଞାନ’ ପ୍ରଶ୍ନପତ୍ରର ଏକ ଫଟୋ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅନ୍ୟପକ୍ଷରେ ବୁଧବାର ଦିନ ୨ଟି ସିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି । ଏହାର ପ୍ରଥମ ସିଟିଂ ସକାଳ ୧୦ଟାରୁ ଆରମ୍ଭ ହେଉଥିବା ବେଳେ ଅପରାହ୍ନ ୨ଟାରୁ ଦ୍ୱିତୀୟ ସିଟିଂ ପରୀକ୍ଷା ଆରମ୍ଭ ହେବ।

ଆହୁରି ମଧ୍ୟ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏଥିସହିତ ପ୍ରଶ୍ନପତ୍ର ଭାଇରାଲ ପରେ ସମ୍ପୃକ୍ତ ପରୀକ୍ଷା ବାତିଲ କରାଯିବ କି ନାହିଁ, ସେନେଇ ମଧ୍ୟ ସଠିକ୍ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.