Latest Odisha News

BREAKING NEWS

ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ଉଦ୍ୟମ, ଫେରାଇ ଦେଲେ ବିକ୍ଷୋଭକାରୀ

ଥିରୁବନ୍ତପୁରମ୍ : କେରଳର ବହୁ ଚର୍ଚ୍ଚିତ ତଥା ପ୍ରସିଦ୍ଧ ସାବରିମାଳା ମନ୍ଦିରରେ ବୁଧବାର ଦିନ ପ୍ରତ୍ୟୁଷରେ ୨ଜଣ ମହିଳା ପ୍ରବେଶ ଉଦ୍ୟମ କରିବା ଯୋଗୁଁ ସେଠାରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ପୁଣିଥରେ ଉତ୍ତେଜନା ଦେଖାଦେଇଛି ।

ଏହି ୨ ମହିଳା ଭକ୍ତ ବେସକ୍ୟାମ୍ପ ଅତିକ୍ରମ କରିବା ପରେ ବହୁସଂଖ୍ୟାରେ ବିକ୍ଷୋଭକାରୀ ସେମାନଙ୍କୁ ବିରୋଧ କରିଥିଲେ । ଫଳରେ ଦୁହେଁ ଫେରିଯିବାକୁ ନିଷ୍ପତ୍ତି ନେଇଥିଲେ।

ଅନ୍ୟପକ୍ଷରେ ଦୁଇ ମହିଳା ମନ୍ଦିର ଆଡକୁ ଦର୍ଶନ ପାଇଁ ଯାଉଥିବା ଏକ ଦଳରେ ଆସିଥିଲେ। ସେମାନେ ପ୍ରାୟ ପାମ୍ବା ବେସକ୍ୟାମ୍ପ ଅତିକ୍ରମ କରିବା ପରେ ଉତ୍ତେଜିତ ଭକ୍ତମାନେ ସେମାନଙ୍କୁ ବାଧା ଦେଇଥିଲେ। ଉଭୟ ପୁରୁଷଙ୍କ ଲାଗି ଉଦ୍ଦିଷ୍ଟ ପୋଷାକ ପିନ୍ଧିଥିବାରୁ ପ୍ରତିବାଦକାରୀମାନଙ୍କୁ ଏଡ଼ାଇ ଏତେ ଦୂର ଚାଲି ଆସିଥିଲେ।

ବହୁ ସଂଖ୍ୟାରେ ପ୍ରତିବାଦ ହେବା ଫଳରେ ପୋଲିସ ସେମାନଙ୍କୁ ସେଠାରୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲା ।

ସୂଚନାଯୋଗ୍ୟ ସାବରିମାଳା ମନ୍ଦିରରେ ପୂର୍ବରୁ ମଧ୍ୟ କନକ ଦୁର୍ଗା ଓ ବିନ୍ଦୁ ନାମକ ୨ମହିଳା ପ୍ରବେଶ କରିଥିବା ବେଳେ ଏହି ଘଟଣାକୁ ନେଇ ସେସମୟରେ ଭଗବାନ ଅୟପ୍ପାଙ୍କ ଭକ୍ତମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ମନ୍ଦିର ଦ୍ୱାର ବନ୍ଦ କରାଯାଇ ମନ୍ଦିର ଶୋଧନ କରାଯାଇଥିଲା ।

Leave A Reply

Your email address will not be published.