Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଘର ଦୁଆର ମୁହଁରେ ପହଞ୍ଚିବ ସେବା, ଭୁବନେଶ୍ୱରର ବିକାଶ ଆମର ଲକ୍ଷ୍ୟ : ସୁଲୋଚନା

ଭୁବନେଶ୍ୱର: ଦୁଇ ମହିଳାଙ୍କ ହାତରେ ଭୁବନେଶ୍ୱର ଦାୟିତ୍ୱ । ଭୁବନେଶ୍ୱର ମେୟର ଭାବେ ଶପଥ ନେଲେ ସୁଲୋଚନା ଦାସ । ପ୍ରଥମ ମହିଳା ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁଲୋଚନା । ମେୟରଙ୍କ ସହିତ ଭୁବନେଶ୍ୱର ମହାନଗର ନିଗମର ୬୭  କର୍ପୋରେଟର ମଧ୍ୟ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଲିଙ୍ଗରାଜ ମନ୍ଦିର ଯାଇ ଠାକୁରଙ୍କ ଦର୍ଶନ କରିଥିଲେ ସୁଲୋଚନା

ମେୟର ଭାବେ ଶପଥ ନେବା ପରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଲେ  । ରାଜଧାନୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ସମସ୍ତେ ମିଳିମିଶି କାମ କରିବା । ଭୁବନେଶ୍ୱରରେ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦିଆଯିବ । ବିକାଶ ଧାରାକୁ ଆଗକୁ ନେବାକୁ ସର୍ବଦା ପ୍ରୟାସ କରାଯିବ । ସେବାଗୁଡିକୁ ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚାଇବାକୁ ଚେଷ୍ଟା କରାଯିବ ।

ଭୁବନେଶ୍ୱରକୁ ନମ୍ବର-୧ ସିଟିରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ସ୍ୱଚ୍ଛ, ସୁନ୍ଦର ଓ ବିକାଶିତ ଭୁବନେଶ୍ୱରରେ ପରିଣତ କରିବା ଆମର ଲକ୍ଷ୍ୟ ରହିଛି । ରାଜଧାନୀର ଯେଉଁ ଗୌରବମୟ ଇତିହାସ ରହିଛି ତାହା ଅକ୍ଷୁର୍ଣ୍ଣ ରହିବ ବୋଲି କହିଛନ୍ତି ସୁଲୋଚନା ।

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ଆଦିବାସୀ ଝିଅ ମଞ୍ଜୁଲତା କହଁର । ସ୍ବୟଂ ସହାୟିକାରୁ ଶାସନ ଦାୟିତ୍ୱ ନେଲେ ମଞ୍ଜୁଲତା କହଁର । ଅନ୍ୟ ଦଳର କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବାରୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ମଞ୍ଜୁଲତା । ୨୨ ନମ୍ବର ୱାର୍ଡ କର୍ପୋରେଟର ଭାବେ ସେ ଚଳିତ ପୌର ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି ।

 

Comments are closed.