Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଝୁମ୍ପୁଡି ଘରେ ବିଡ଼ା ବିଡ଼ା ଟଙ୍କା : କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ ଗିରଫ

ଭୁବନେଶ୍ୱର : କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ ଗିରଫ । ଏହି କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଯେତେ ଖୋଳିଲେ ସେତେ ବାହାରୁଛି ।  ଶୁକ୍ରବାର ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨କୋଟିରୁ ଅଧିକ ଟଙ୍କା ଜବତ ହୋଇଥିଲା । ଆଜି ସକାଳେ ତାଙ୍କ ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରୁ ୧କୋଟି ୪୧ ଲକ୍ଷ ୬୨ ହଜାର ୪୦୦ ଟଙ୍କା ଜବତ କରିଛି ଭିଜିଲାନ୍ସ ।

ଭୁବନେଶ୍ୱର ସାଲିଆ ସାହିରେ ଥିବା ଦ୍ୱିତୀୟ ପତ୍ନୀଙ୍କ ଭଉଣୀ ଘରେ ଚଢ଼ାଉ କରି ଏହି ଟଙ୍କା ଜବତ କରିଛି ଭିଜିଲାନ୍ସ । ଏହାକୁ ମିଶାଇ ଏଯାଏ ତାଙ୍କ ପାଖରୁ ମୋଟ ନଗଦ ୩କୋଟି ୪୧ଲକ୍ଷ ୬୭ ହଜାର ୨୮୦ ଟଙ୍କା ଜବତ କରାଯାଇଛି । ଏହି ଟଙ୍କାକୁ ସାଲିଆସାହିରେ ଦ୍ୱିତୀୟ ପତ୍ନୀ ଭଉଣୀଙ୍କ ଘରେ ଲୁଚାଇ ରଖିଥିଲେ କାର୍ତ୍ତିକେଶ୍ୱର ରାଉଳ । ଯାହା ଭିଜିଲାନ୍ସ ରେଡ୍ ଇତିହାସରେ ରେକର୍ଡ ଟଙ୍କା ଜବତ ହୋଇଛି । ଏହା ସହ ୩୬୦ ଗ୍ରାମ୍ ସୁନା ଓ ଏକ କିଲୋରୁ ଅଧିକ ରୁପା ମଧ୍ୟ ଜବତ ହୋଇଛି ।

ସେହିପରି ପୋଖରୀପୁଟରେ ଥିବା ଟ୍ରିପ୍ଲେକ୍ସର ଦାମ ୭୮ ଲକ୍ଷ ୫୦ ହାଜର ଟଙ୍କା ବୋଲି ଜାଣିବାକୁ ପାଇଛି ଭିଜିଲାନ୍ସ । ଏହାକୁ ସେ କେଶରୀ ଇଷ୍ଟେଟ ପ୍ରାଇଭେଟ ଲିମିଟେଡଠାରୁ ନଗଦ ୭୮ ଲକ୍ଷ ୫୦ ହଜାର ଟଙ୍କ ଦେଇ କିଣିଥିବା ଜଣାପଡିଛି ।

କଳ୍ପନା ପ୍ରଧାନଙ୍କୁ ଜେରା କରାଯିବା ସମୟରେ ଏକଥା ଜାରି ପାରିଥିଲା ଭିଜିଲାନ୍ସ ଟିମ୍ ।

Leave A Reply

Your email address will not be published.