Latest Odisha News

BREAKING NEWS

ବଦଳିଲାନି ଚିରାଫଟା ନୋଟ୍ : ରିଜର୍ଭ ବ୍ୟାଙ୍କ ସାମ୍ନାରେ ଟଙ୍କା ଉଡାଇଲେ ଗ୍ରାହକ

ଭୁବନେଶ୍ବର: ଆଜି ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଦେଖିବାକୁ ମିଳିଛି ଅଭୁତପୂର୍ବ ଦୃଶ୍ୟ  । ରାସ୍ତାରେ ଉଡିଲା ଚିରାଫଟା ୫ଶହ , ୨ ଶହ ଓ ଶହେ ଟଙ୍କିଆ  । ଭୁବନେଶ୍ବର ସ୍ଥିତ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ  ଟଙ୍କା ବଦଳ ପାଇଁ ଆସିଥିବା କିଛି ଗ୍ରାହକ ଫାଟକ ସାମ୍ନାରେ ନୋଟ୍ ଉଡାଉଥିବା ଦେଖିବାକୁ ମିଳିଥିଲା । ତେବେ ସେହି ନୋଟ୍ ଗୁଡିକ ଚିରାଫଟା ହୋଇଥିବା ଜଣାପଡିଛି । ଚିରା ଫଟା ନୋଟ୍ ବଦଳାଇବାକୁ କିଛି ଗ୍ରାହକ ବ୍ୟାଙ୍କକୁ ଆସିଥିଲେ । ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରହଣ କରିନଥିଲେ  ।

ଯେଉଁଥିରେ ଅସନ୍ତୁଷ୍ଟ ହୋଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ପରେ ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାହକଙ୍କୁ ବୁଝାସୁଝା କରିଥିଲା । ବ୍ୟାଙ୍କକୁ ନୋଟ ବଦଳାଇବାକୁ ଯାଇଥିବା ଦିନେଶ କୁମାର ସାହୁ ନାମକ ବ୍ୟକ୍ତିଙ୍କ ଅଭିଯୋଗ ଅନୁଯାୟୀ, ଆଜି କିଛି ଗ୍ରାହକ ବ୍ୟାଙ୍କକୁ ନିଜ ପାଖରେ ଥିବା ଚିରାଫଟା ନୋଟ ବଦଳାଇବାକୁ ଯାଇ ଲାଇନ୍‌ରେ ଛିଡ଼ା ହୋଇଥିଲେ। ମାତ୍ର ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ନୋଟ୍‌କୁ ଗ୍ରହଣ ନ କରିବାରୁ ଏଭଳି କାଣ୍ଡ ସୃଷ୍ଟି ହୋଇଥିଲା । ତେବେ ରିଜର୍ଭ ବ୍ୟାଙ୍କରେ ଚିରା ଫଟା ନୋଟ୍ ବଦଳାଇବା ର ବ୍ୟବସ୍ଥା ଥିବାବେଳେ କର୍ତ୍ତୃପକ୍ଷ କାହିଁକି  ଗ୍ରହଣ କରିନଥିଲେ  । ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଥାଉ କି ଯଦି କୌଣସି ବ୍ୟକ୍ତି ଚିରା ଫଟା ନୋଟ୍ ନେଇ ବ୍ୟାଙ୍କକୁ ଆସନ୍ତି , ତେବେ ବ୍ୟାଙ୍କ ତାର ସମସ୍ତ କାର୍ଯ୍ୟ ମଧ୍ୟରେ ନୋଟ୍ ବଦଳାଇବା ବାଧ୍ୟତାମୂଳକ ରହିଛି   । ଏ ନେଇ ବାରମ୍ବାର ଏହାର ବିଭିନ୍ନ ଶାଖା ଗୁଡିକୁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି  । ତଥାପି ବ୍ୟାଙ୍କ ଗୁଡିକ ଏହି ନିର୍ଦ୍ଦେଶକୁ ପାଳନ କରୁନଥିବା ଖବର ସାମ୍ନାକୁ ଆସିଛି  । ତା ପରେ କର୍ତ୍ତୃପକ୍ଷ ଏ ନେଇ ବ୍ୟାଙ୍କ ଗୁଡିକୁ ତାଗିଦ୍ ମଧ୍ୟ କରିଛନ୍ତି  । କିନ୍ତୁ ପୁର୍ନବାର ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି  । ତେଣୁ ଗ୍ରାହକ ମାନଙ୍କୁ ଅନୁରୋଧ କରାଯାଉଛି କି ସେମାନେ ପୂର୍ବଭଳି  ଚିରାଫଟା ନୋଟ୍  ବଦଳାଇବା ପ୍ରକ୍ରିୟା  ଜାରି ରଖନ୍ତୁ  ।

Comments are closed.