ହାଥରସ୍: ପୁଣି ଚର୍ଚ୍ଚାରେ ହାଥରସ୍ । ନାରୀ ନିର୍ଯାତନା ଅବା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହୁଥିବା ହାଥରସ୍ ପୁଣି ଟାଇମଲାଇନକୁ ଆସିଛି । ହାଥରସର ସସନି ଅଞ୍ଚଳରେ ଦୁଷ୍କର୍ମ ଅଭିଯୁକ୍ତ ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ହତ୍ୟା କରିଛି । ହତ୍ୟା ଘଟଣାରେ ୪ ଜଣ ସମ୍ପୃକ୍ତ ଥିବାବେଳେ ପୋଲିସ ଜଣଙ୍କୁ ଗିରଫ କରିଛି ।
Hathras: A man was shot dead by another man against whom the former had filed a case of molestation in July 2018, in a village in Sasni area yesterday. FIR registered against 4 named accused, 2 of whom have been arrested. pic.twitter.com/VJCZ1RT5T0
— ANI UP/Uttarakhand (@ANINewsUP) March 2, 2021
୨୦୧୮ ଜୁଲାଇରେ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଜଣଙ୍କ ଜେଲ୍ ଯାଇଥିଲା । ମାସକ ତଳେ ସେ ବେଲରେ ଜେଲରୁ ବାହାରିଥିଲା । ଆଉ ସୋମବାର ଅପରାହ୍ଣ ପ୍ରାୟ ୪ଟା ୩୦ ସମୟରେ ସ୍ଥାନୀୟ ଗାଁ ମନ୍ଦିରରେ ପୂର୍ବ ମାମଲାକୁ ନେଇ ଝଗଡ଼ା ପରେ ଅଭିଯୁକ୍ତ ଗୁଳିମାଡ଼ କରିଥିଲା । ଗୁଳିମାଡ଼ରେ ଆହତ ପୀଡ଼ିତାଙ୍କ ପିତାଙ୍କୁ ମେଡିକାଲ ନେବା ବାଟରେ ମୃତ୍ୟୁ ଘଟିଛି ।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଗୌରବ ଶର୍ମା ୨୦୧୮ରେ ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଯାଇଥିଲା । ପରେ ସ୍ଥାନୀୟ ତଳ କୋର୍ଟ ଗୌରବକୁ ଜାମିନ୍ ଦେଇଥିଲେ । ପୀଡ଼ିତା ଓ ଅଭିଯୁକ୍ତର ପରିବାର ମଧ୍ୟରେ ଶତ୍ରୁତା ଲାଗି ରହିଥିଲା । ଅଭିଯୁକ୍ତର ସ୍ତ୍ରୀ ଓ ଖୁଡ଼ି ସୋମବାର ଗାଁ ମନ୍ଦିରକୁ ଯାଇଥିଲେ । ଯେଉଁଠି ପୀଡ଼ିତା ଓ ତାଙ୍କ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ । ସେଠାରେ ଅଭିଯୁକ୍ତ ଗୌରବର ସ୍ତ୍ରୀ ପୀଡ଼ିତା ଭଉଣୀଙ୍କ ସହ ଯୁକ୍ତିତର୍କ ଆରମ୍ଭ କରି ଦେଇଥିଲେ ।
ଝଗଡ଼ା ବନ୍ଦ ପାଇଁ ପୀଡ଼ିତାଙ୍କ ପିତା ଉଦ୍ୟମ କରିଥିଲେ । ଗୌରବ ପରିବାରର କିଛି ଅନ୍ୟ ସଦସ୍ୟଙ୍କୁ ଡାକିବା ସହ ପୀଡ଼ିତାଙ୍କ ପିତାଙ୍କୁ ଗୁଳି କରି ଦେଇଥିଲା । ପୋଲିସ ମାମଲାରେ ଗୌରବ ଶର୍ମାଙ୍କ ପରିବାରର ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜୁଛି ।