Latest Odisha News

BREAKING NEWS

ପାକିସ୍ତାନରେ ପେଟ୍ରୋଲ ଦରକୁ ନେଇ ହାହାକାର: ମୂଲ୍ୟ ୩୦୦ ଟଙ୍କାରୁ ଊର୍ଦ୍ଧ୍ୱ

ନୁଆଦିଲ୍ଲୀ: ଦିନକୁ ଦିନ ପାକିସ୍ତାନରେ ଆର୍ଥିକ ସଙ୍କଟ ବଢ଼ିବାରେ ଲାଗିଛି । ବୁର୍ବରୁ ବିଜୁଳି ଦର ବୃଦ୍ଧି ସାଧାରଣ ଲୋକଙ୍କ କମର ଭାଙ୍ଗି ଦେଇଥିବା ବେଳେ ଏବେ ପେଟ୍ରୋଲ୍ ଦରକୁ ନେଇ ଚାରିଆଡ଼େ ହାହାକାର ସୃଷ୍ଟି ହୋଇଛି । ପାକିସ୍ତାନରେ ଗଭୀର ଆର୍ଥିକ ସଙ୍କଟ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଆକାଶଛୁଆଁ ହୋଇଛି । ପାକିସ୍ତାନ ସରକାର ଏବେ ପେଟ୍ରୋଲ ଦରକୁ ପୁନଃ ବୃଦ୍ଧି କରିଛି । ଯାହାଫଳରେ ପଡ଼ୋଶୀ ଦେଶରେ ବର୍ତ୍ତମାନ ଲିଟର ପିଛା ପେଟ୍ରୋଲ ଦର ୩୦୦ ଟଙ୍କାରୁ ଉର୍ଦ୍ଧକୁ ଛୁଇଁଛି ।

ପାକିସ୍ତାନର ସାଧାରଣ ଜନତା ବିଜୁଳି ଦର ବୃଦ୍ଧିକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ରାଜରାସ୍ତକୁ ଓହ୍ଲାଇପଡ଼ିଥିବା ବେଳେ ପାକିସ୍ତାନ ସରକାର ଏମିତି ଏକ ପରିସ୍ଥିତିରେ ପେଟ୍ରୋଲ୍ ଦର ବୃଦ୍ଧିର ନିସ୍ପତି ନେଇଛନ୍ତି । ପାକିସ୍ତାନର ବର୍ତ୍ତମାନର କାର୍ଯ୍ୟନିର୍ବାହୀ ସରକାର ୩୧ ମାର୍ଚ୍ଚ ଗୁରୁବାର ବିଳମ୍ବିତ ରାତିରେ ଏଭଳି ନିସ୍ପତି ନେଇଛନ୍ତି । ଗୁରୁବାର ରାତିରେ ପାକିସ୍ତାନ ସରକାର ପେଟ୍ରୋଲର ମୂଲ୍ୟ ୧୪ ଟଙ୍କା ବୃଦ୍ଧି କରି ସେପ୍ଟେମ୍ବର ୧ ରୁ ନୂତନ ମୂଲ୍ୟ ଘୋଷଣା କରିଛନ୍ତି ।

ପେଟ୍ରୋଲ ଦର ବୃଦ୍ଧି ଯୋଗୁଁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇଛି । ପେଟ୍ରୋଲର ମୂଲ୍ୟ ବୃଦ୍ଧି ସମ୍ପର୍କରେ ପାକିସ୍ତାନର ଅର୍ଥ ମନ୍ତ୍ରଣାଳୟ କହିଛି ଯେ ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ମୂଲ୍ୟ ବୃଦ୍ଧି ହେବା କାରଣରୁ ପେଟ୍ରୋଲିୟମ ମୂଲ୍ୟ ଏବଂ ବିନିମୟ ସୀମା ନିର୍ଦ୍ଧାରଣ କରାଯାଇଛି । କାରଣ ଯାହା ବି ହେଉନା କାହିଁକି, ଏହି ଦର ବୃଦ୍ଧି ଭାର ସିଧାସଳଖ ପାକିସ୍ତାନର ଲୋକଙ୍କ ଉପରେ ପଡୁଛି । ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଲୋକଙ୍କ ସମସ୍ୟା କମିବା ପରିବର୍ତ୍ତେ ଏହା ବୃଦ୍ଧି ପାଇବାରେ ଲାଗିଛି ।

ପାକିସ୍ତାନର ନ୍ୟୁଜ୍ ଚ୍ୟାନେଲ ଜିଓ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ପେଟ୍ରୋଲ ଦର ବୃଦ୍ଧି ପୂର୍ବରୁ ପାକିସ୍ତାନରେ ଲିଟର ପିଛା୨୯୦.୪୫ ଟଙ୍କାରେ ପେଟ୍ରୋଲ ମିଳୁଥିଲା । ଏବେ ୧୪.୯୧ ଟଙ୍କା ବୃଦ୍ଧି ହେବା ପରେ ଏହି ମୂଲ୍ୟ ଲିଟର ପିଛା ୩୦୫.୩୬ ଟଙ୍କାରେ ପହଞ୍ଚିଛି । ତେବେ ଡିଜେଲର ମୂଲ୍ୟ ବିଷୟରେ କହିବାକୁ ଗଲେ ଏହା ପୂର୍ବରୁ ଲିଟର ପିଛା୨୯୩.୪୦ ଟଙ୍କାରେ ବିକ୍ରି ହେଉଥିଲାବେଳେ ବର୍ତ୍ତମାନ ଡିଜେଲ ମୂଲ୍ୟରେ ୧୮.୪୪ ଟଙ୍କା ବୃଦ୍ଧି ହେବା ସହିତ ଏହାର ମୂଲ୍ୟ ମଧ୍ୟ ଲିଟର ପିଛା ୩୧୧.୮୪ ଟଙ୍କାରେ ପହଞ୍ଚିଛି । ପଡୋଶୀ ଦେଶ ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୩୦୦ ଟଙ୍କାକୁ ଅତିକ୍ରମ କରିଥିବା ବେଳେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାରେ ସମ୍ମୁଖିନ ହେଉଛନ୍ତି ।

Leave A Reply

Your email address will not be published.