Latest Odisha News

BREAKING NEWS

ଚନ୍ଦ୍ରପୃଷ୍ଠରେ ଶୋଇଛି ପ୍ରଜ୍ଞାନ, କମାଲ ଦେଖାଉଛି ବିକ୍ରମ: ୪୦ ସେମି ଡେଇଁ ପୁଣି କଲା ସଫ୍ଟ ଲାଣ୍ଡିଂ

ବାଙ୍ଗାଲୋର:ଚନ୍ଦ୍ରଯାନ-୩ ତାର ଟାର୍ଗେଟଠାରୁ  ଅଧି କାମ କରୁଛି । ଗୋଟିଏ ପଟେ ପ୍ରଜ୍ଞାନ ରୋବର ଶୋଇ ପଡିଥିବାବେଳେ ଚନ୍ଦ୍ରରେ କମାଲ ଦେଖାଉଛି ବିକ୍ରମ ଲାଣ୍ଡର । ଏହାକୁ ନେଇ ଯଦିଓ ଇସ୍ରୋ ବୈଜ୍ଞାନିକ ପୂର୍ବରୁ କୌଣସି ସୂଚନା ଦେଇ ନ ଥିଲେ ତେବେ ସେମାନଙ୍କର ପରୀକ୍ଷା ସଫଳ ହୋଇଛି ବୋଲି କହିଛନ୍ତି ।

ଚନ୍ଦ୍ରପୃଷ୍ଠରେ କମାଣ୍ଡ ପାଇବା ପରେ ବିକ୍ରମ ଇଞ୍ଜିନ ଅନ ହୋଇଥିଲା । ଏହା ପରେ ୪୦ ସେଣ୍ଟିମିଟର ଉପରକୁ ଉଠିଥିଲା । ପୂର୍ବ ସ୍ଥାନଠାରୁ ପ୍ରାୟ ୩୦ରୁ ୪୦ ସେଣ୍ଟିମିଟର ଦୂରରେ ଦ୍ୱିତୀୟ ଥର ପାଇଁ ସପ୍ଟ ଲାଣ୍ଡିଂ କରିଥିଲା । ଇସ୍ରୋ ପକ୍ଷରୁ ଏ ନେଇ ଏକ୍ସରେ ସୂଚନା ଦିଆଯାଇଛି ।

ଇସ୍ରୋ ପକ୍ଷରୁ କୁହାଯାଇଛି, ‘ବିକ୍ରମ ଲାଣ୍ଡର ୨ୟ ଥର ପାଇଁ ସଫ୍ଟ ଲାଣ୍ଡିଂ କରିଛି । ବିକ୍ରମ ନିଜ କାମଠାରୁ ଅଧିକ କାମ କରୁଛି । ନିଜ ଜାଗାରୁ ଡେଇଁ ଆଉଥରେ ସପ୍ଟ ଲାଣ୍ଡିଂ କରିବାର କାମ ଶେଷ କରିଛି ।’

ଏହା ଏଥିପାଇଁ ମହତ୍ୱପୂର୍ଣ୍ଣ ଯେ, ଭବିଷ୍ୟତରେ  ଚନ୍ଦ୍ରପୃଷ୍ଠରୁ ନମୂନା ଆଣିବା ମିଶନ ତଥା ହ୍ୟୁମାନ ମିଶନ ସଫଳ ହେବାର ସମ୍ଭାବନା ଦେଖା ଦେଇଛି ।  ବର୍ତ୍ତମାନ ବିକ୍ରମ ଲାଣ୍ଡରର ସବୁ ପାର୍ଟ ଠିକ ଭାବେ କାମ କରୁଛି । ଜମ୍ପିଂ ସମୟରେ ବିକ୍ରମରେ ଥିବା ରାମ୍ପ, ଚାସ୍ଟେ ଏବଂ ଇଲ୍ସା ପେଲୋଡ୍ସକୁ ବନ୍ଦ କରି ଦିଆଗଲା । ୨ୟ ଥର ସଫ୍ଟ ଲାଣ୍ଡିଂ କରିବା ପରେ ସେମାନଙ୍କୁ ଖୋଲି ଦିଆ ଯାଇଛି ।

ଏହା ପୂର୍ବରୁ ପ୍ରଜ୍ଞାନ ରୋବରକୁ ଏମିତି ଏକ ଜାଗାରେ ଶୁଆଇ ଦିଆ ଯାଇଛି ଯେଉଁଠି ପୂନର୍ବାର ସୂର୍ଯ୍ୟଙ୍କ କିରଣ ପଡିବା ପରେ ତାକୁ ସୌର ଶକ୍ତି ମିଳିବ ଏବଂ ଏହା ପୁଣି ଥରେ ଆକ୍ଟିଭ ହୋଇପାରିବ ।

ଆସନ୍ତା ଦିନେ/ଦୁଇଦିନ ଭିତରେ ଚନ୍ଦ୍ରପୃଷ୍ଠ ଅନ୍ଧକାରମୟ ହୋଇଯିବ । ସୂର୍ଯ୍ୟର ଆଲୋକ ଆଉ ପଡିବନି । ତେଣୁ ଲାଣ୍ଡର ରୋଭର ୧୪-୧୫ ଦିନ ରାତିରେ ରହିବ । ଏବେ ଚନ୍ଦ୍ରରେ ଦିନ ଶେଷ ହୋଇ ଆସୁଛି ଏବଂସନ୍ଧ୍ୟା ସମୟ ପାଖେଇ ଆସୁଛି ।

ଲାଣ୍ଡର ଏବଂ ରୋବରରେ ଲାଗିଛି ସୋଲାର ପ୍ୟାନେଲ । ସୂ୍ର୍ଯ୍ୟରୁ ଶକ୍ତି ନେଇ ଏହାର ବ୍ୟାଟେରୀ ରିଚାର୍ଜ ହେବ । ଯେ ପର୍ଯ୍ୟନ୍ତ ସୂର୍ଯ୍ୟର କିରଣ ରହିବ, ଏହାର ବ୍ୟାଟେରି ଚାର୍ଜ ହୋଇ ରହିବ । ଅନ୍ଧାର ହେବା ପରେ ଏହା କିଛି ଦିନ ବା କିଛି ଘଣ୍ଟା କାମ କରିପାରେ । ଏହା ପରେ ପୁଣି ୧୪-୧୫ ଦିନ ଅପେକ୍ଷା କରିବାକୁ ପଡିବ । ସୂର୍ଯ୍ୟ ଆସିଲେ ଏହା ପୁଣି ଚାର୍ଜ ହୋଇ କାର୍ଯ୍ୟକ୍ଷମ ହେବ ।

Leave A Reply

Your email address will not be published.