Latest Odisha News

BREAKING NEWS

ବାହାର ଠିକାଦାରଙ୍କୁ କାମ କରିବା ମନା ..ଏହି ଜିଲ୍ଲା ଠିକାଦାର ସଂଘ ନେଲେ ନିଷ୍ପତ୍ତି

କଳାହାଣ୍ଡି:କଳାହାଣ୍ଡି ଜିଲ୍ଲାରେ ଆଗାମୀ ଦିନରେ ଜିଲ୍ଲା ବାହାର ଠିକାଦାରଙ୍କୁ କାମ କରିବାକୁ ଦିଆଯିବ ନାହିଁ । କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବିଭାଗ ଦ୍ଵାରା ହେଉଥିବା ରାସ୍ତା କାମ,ପୋଲ କାମ ଓ ଅନ୍ୟାନ୍ୟ କାମରେ ଜିଲ୍ଲା ବାହାରର ଠିକାଦାରଙ୍କୁ ନ ଆସିବାକୁ ଅନୁରୋଧ କରିବା ସହ ଜିଲ୍ଲାର କାମକୁ କେବଳ ଜିଲ୍ଲାର ଠିକାଦାରମାନେ ହିଁ କରିବେ ବୋଲି କଳାହାଣ୍ଡି ଜିଲ୍ଲା ଠିକାଦାର ସଂଘର ବାର୍ଷିକ ସମ୍ବିଳନୀରେ ନିଷ୍ପତ୍ତି ନିଆଯାଇଛି।

କଳାହାଣ୍ଡି ଜିଲ୍ଲା ଠିକାଦାର ସଂଘର ବାର୍ଷିକ ସମ୍ବିଳନୀ ଧର୍ମଗଡ଼ଠାରେ ଅନୁଷ୍ଠିତ ହୋଇଛି । ତେବେ ଏହି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି। ନିଷ୍ପତ୍ତି ଅନୁସାରେ ରାସ୍ତା କାମ,ପୋଲ କାମ ଓ ଅନ୍ୟାନ୍ୟ କାମରେ ଜିଲ୍ଲା ବାହାରର ଠିକାଦାରଙ୍କୁ ନ ଆସିବାକୁ ଅନୁରୋଧ କରିବା ସହ ଜିଲ୍ଲାର କାମକୁ କେବଳ ଜିଲ୍ଲାର ଠିକାଦାରମାନେ ହିଁ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି।

ଅନୁରୋଧକୁ ଜିଲ୍ଲା ବାହାର ଠିକାଦାରମାନେ ଗ୍ରହଣ ନ କଲେ ସେହି ଠିକାଦାରଙ୍କୁ ଜିଲ୍ଲାରେ କାମ କରିବା ପାଇଁ ବାଲି ,ଗେଟି ଓ ପିଚୁ ଯୋଗାଣରେ ଅସହଯୋଗ କରାଯିବ ବୋଲି ମଧ୍ୟ କୁହାଯାଇଛି ।

ଏଥିସହ ବଡ କାମରେ ୧୪ .୯୯ ଲେସରେ ଟେଣ୍ଡର ନପକାଇ ତାକୁ ସିଡ୍ୟୁଲ ରେଟରେ ଟେଣ୍ଡର ଭରିବାକୁ ସମସ୍ତଙ୍କୁ ଅବଗତ କରାଯାଇଛି। ଫଳରେ ଠିକାଦାରମାନେ ଦି ପଇସା ପାଇବା ସହ କାମର ମାନ ମଧ୍ୟ ଠିକ୍ ହୋଇ ପାରିବ ବୋଲି ବୈଠକରେ କୁହାଯାଇଛି ।

Leave A Reply

Your email address will not be published.