Latest Odisha News

BREAKING NEWS

ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଅସୁସ୍ଥ

କେନ୍ଦ୍ରାପଡ଼ା: ଠାକୁରାଣୀଙ୍କ ଭୋଗ ଖାଇ ଗୋଟିଏ ଗାଁର ଶତାଧିକ ଲୋକ ଅସୁସ୍ଥ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ପିଲଛାପାଟିଆ ଗାଁରେ ଏହି ଘଟଣା ଘଟିଛି । ଗ୍ରାମଦେବତୀ ଶୀତଳା ଚଣ୍ଡୀ ଠାକୁରାଣୀଙ୍କ ଭୋଗ ଖାଇ ଶତାଧିକ ଲୋକ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଘରେ ଚିକିତ୍ସା କରାଯାଉଥିବା ବେଳେ ଆଉ କିଛି ଲୋକଙ୍କୁ ଗାଁ ସ୍କୁଲ ଘରେ ରଖି ଚିକିତ୍ସା କରାଯାଉଛି ।

ଗତକାଲି ମା’ ଦୁର୍ଗାଙ୍କ ମହାନବମୀ ତିଥିରେ ଗ୍ରାମଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ଭୋଗ ଲାଗି ହୋଇଥିଲା । ସେହି ଭୋଗକୁ ଗାଁ ଲୋକ ଖାଇଥିଲେ । ଏହାପରେ ଗତକାଲି ରାତିରୁ ଲୋକଙ୍କର ଝାଡ଼ାବାନ୍ତି ଆରମ୍ଭ ହୋଇଥିଲା । ଏହାପରେ ଡାଙ୍ଗମାଳ ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତରୀ ଟିମ୍ ଆସି ଗାଁରେ ଲୋକଙ୍କ ଚିକିତ୍ସା କରୁଛନ୍ତି । ଧୀରେ ଧୀରେ କିଛି ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ।

Leave A Reply

Your email address will not be published.