Latest Odisha News

‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ଭାରତକୁ ଆମେରିକାର ସ୍ୱାଗତ ବାର୍ତ୍ତା

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଟି ଏସପର୍ ‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନା ପାଇଁ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ସହିତ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଆସନ୍ତା ୨୦୨୧ ଜାନୁୟାରୀ ୧ ରୁୁ ଆରମ୍ଭ ହେବାକୁ ଥିବ‌ା ୟୁଏନ୍‌ଏସ୍‌ସି  କାର୍ଯ୍ୟକାଳ ମଧ୍ୟରେ ଆମେରିକା ଭାରତର ମିଳିତ ସହଯୋଗରେ କାମ କରିବାକୁ ଅପେକ୍ଷା ଚାହୁଁଛି।
ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ‘ଟୁ ପ୍ଲସ୍ ଟୁ’ ମନ୍ତ୍ରୀସ୍ତରୀୟ ଆଲୋଚନା ପୂର୍ବରୁ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଏକ ଅଗ୍ରଣୀ ଆଞ୍ଚଳିକ ତଥା ବିଶ୍ୱ ଶକ୍ତି ଭାବରେ ଭାରତର ଉଦବୋଧନକୁ ଆମେରିକା ସ୍ୱାଗତ କରୁଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଆଗାମୀ କାର୍ଯ୍ୟକାଳ ମଧ୍ୟରେ ଆମେରିକା ଭାରତ ସହ ଘନିଷ୍ଠ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି।

Leave A Reply

Your email address will not be published.