ମାଲକାନଗିରି: କାଳ ହେଲା ଲସି । ସାପ୍ତାହିକ ହାଟରୁ ଲସି ପିଇ ଶତାଧିକ ଅସୁସ୍ଥ । ମାଲକାନଗିରି ଜିଲ୍ଲାରୁ ଏଭଳି ଖବର ସାମନାକୁ ଆସିଛି । କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି ।

ଏହି ଖବର ଜଣା ପଡ଼ିବା ପରେ ବିଭିନ୍ନ ଗାଁରେ ପହଞ୍ଚିଛି ମେଡିକାଲ୍ ଟିମ୍ । ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସ୍ଥିତି ଅନୁଧ୍ୟାନ କରୁଛି । ଗୁରୁତରଙ୍କୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଉଛି । ଅସୁସ୍ଥଙ୍କ ମଧ୍ୟରେ କିଛି ଛୋଟ ପିଲା ଥିବା ଜଣା ପଡ଼ିଛି । ଲସିରେ କଣ ପଡ଼ିଥିଲା ଓ କିଭଳି ବିଷାକ୍ତ ହେଲା ସେନେଇ ବି ଅନୁଧ୍ୟାନ ଚାଲିଛି ।
BREAKING NEWS
- Ganja Seized: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ ଫେରାର
- ଧୋନୀଙ୍କ ପ୍ରଶଂସକଙ୍କ ପାଇଁ ଖୁସୀ ଖବର, ନେଟ୍ସକୁ ଫେରିଲେ କ୍ୟାପଟେନ କୁଲ
- ୧୫ ବର୍ଷ ପରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନଜିର ଜନ ଗଣନା
- Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
Comments are closed.