Latest Odisha News

ଯୁଦ୍ଧ ଆଡେ ମୁହାଁଉଛି ଇସ୍ରାଏଲ-ହମାସ ସଂଘର୍ଷ: ୧୨୬ ମୃତ, ୯୫୦ ଆହତ

ନୂଆଦିଲ୍ଲୀ: ଇସ୍ରାଏଲ ଓ ହମାସ ମଧ୍ୟରେ ଉପୁଜିଥିବା ସଂଘର୍ଷ ଏବେ ଧିରେ ଧିରେ ଯୁଦ୍ଧ ଆଡେ ମୁହାଁଇବାରେ ଲାଗିଛି । ଶନିବାର ସୁଦ୍ଧା ଏହି ଲଢ଼େଇରେ ୩୧ ଛୋଟ ପିଲାଙ୍କ ସମେତ ୧୨୬ ମୃତ୍ୟୁବରଣ କରିଥିବା ବେଳେ ୯୫୦ ଜଣ ଆହତ ହୋଇଛନ୍ତି ।
ଇସ୍ରାଏଲର ମାଇଣ୍ଡ ଗେମ୍‌: ଇସ୍ରାଏଲ ହମାସ ପ୍ରମୁଖ କମାଣ୍ଡରଙ୍କୁ ମାରିବା ପାଇଁ ମିଡିଆରେ ଆର୍ମି ଗାଜା ପଟ୍ଟି ଉପରେ ଆକ୍ରମଣ କରିବାକୁ ଯାଉଛି ବୋଲି ପ୍ରଚାର କରାଇଥିଲା । ହମାସର ଆତଙ୍କୀମାନେ ଟନେଲ ମଧ୍ୟରେ ଲୁଚି ଯାଇଥିଲେ । ଏହା ପରେ ଇସ୍ରାଏଲ ଫାଇଟର ପ୍ଲେନ ଟନେଲ ଉପରେ ୪୦ ମିନିଟ ପର୍ଯ୍ୟନ୍ତ ଆଟାକ କରିଥିଲେ । ଏଥିରେ ଅନେକ ହମାସ ଆତଙ୍କୀ ନିହତ ହୋଇଛନ୍ତି ।

ହମାସ ୨୩୦୦ ରକେଟ ଇସ୍ରାଏଲ ଉପରେ ମାଡ କରିଥିଲା । ଏଥିରୁ ଇସ୍ରାଏଲର ଆୟରନ ଡୋମ ଅଧିକାଂଶକୁ ନଷ୍ଟ କରି ଦେଇଥିଲା । ୩୦ ମିସାଇଲ ମିସଫାୟାର ହୋଇ ଗାଜା ଉପରେ ପଡିଥିଲା ।
ଦଙ୍ଗାରେ ୯ ପାଲେଷ୍ଟାଇନ ମୃତ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଦେଶ ମଧ୍ୟରେ ଦଙ୍ଗ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ ୯ ଫିଲିସ୍ତାନୀ ମୃତ୍ୟୁବରଣ କରିଛନ୍ତି ।
ରବିବାର ୟୁଏନ ବୈଠକ: ସଂଯୁକ୍ତ ରାଷ୍ଟ୍ରର ମହାସଚିବ ଆଟୋଂନିଆ ଗୁତେରେସ ଇସ୍ରାଏଲ-ପାଲେଷ୍ଟାଇନ ଘଟଣାରେ ରବିବାର ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଇଛନ୍ତି । ଅପରପକ୍ଷରେ ଅର୍ଗାନାଇଜେଶନ ଅଫ ଇସଲାମିକ କୋଅପେରେଶନ ମଧ୍ୟ ସମାନ୍ତରଳ ବୈଠକ ଡକାଇଛି ।

Comments are closed.