Latest Odisha News

BREAKING NEWS

ଦୀପାବଳି ପୂର୍ବରୁ ଅଘଟଣ: ମନ୍ଦିରରେ ଆତସବାଜି ବେଳେ ବିସ୍ଫୋରଣ, ୧୫୦ରୁ ଅଧିକ ଆହତ

ଥିରୁବନନ୍ତପୁରମ୍: ଦୀପାବଳି ପୂର୍ବରୁ ଅଘଟଣ। ମନ୍ଦିରରେ ବିସ୍ଫୋରଣ। ଆତସବାଜି ବେଳେ ହେଲା ଭୟଙ୍କର ଦୁର୍ଘଟଣା। ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି। କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଆତସବାଜି ସମୟରେ ଏଭଳି କିଛି ଦୁର୍ଘଟଣା ଘଟିଛି। ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି।

ସୂଚନା ମୁତାବକ, ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହି ସମୟରେ ଆତସବାଜି ମଧ୍ୟ କରାଯାଉଥିଲା। ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘର ଉପରେ ପଡିଗଲା। ଫଳରେ ଏଥିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା। ଚାହୁଁ ଚାହୁଁ ଏହା ଚାରିଆଡେ ବ୍ୟାପି ଯାଇଥିଲା।

ଭୟରେ ଲୋକେ ଦୌଡିବାକୁ ଲାଗିଲେ। ଫଳରେ ଏହି ଘଟଣାରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ କାସରାଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିଲ୍ଲାପାଳ ଏବଂ ଜିଲ୍ଲା ପୁଲିସ ମୁଖ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.