Latest Odisha News

ରାଜ୍ୟରେ ଖାଲି ପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ, କହିଲେ ମନ୍ତ୍ରୀ…

ଭୁବନେଶ୍ବର: ରାଜ୍ୟରେ ଖାଲିପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ । ଅନେକ ସ୍କୁଲର ନାହିଁ ନିଜସ୍ବ ଜମି । କିଛି ଏମିତି କହିହି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ ।

ଶୁକ୍ରବାର ବିଧାନସଭାର ପଞ୍ଚମ ଦିନର ପ୍ରଶ୍ନ କାଳରେ ବିରୋଧୀଙ୍କ ପକ୍ଷରୁ ଶିକ୍ଷକ ପଦବୀ ଖାଲି ଓ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନେଇ ପ୍ରଶ୍ନ କରାଯାଇଥିବା ବେଳେ ଯାହାର ଉତ୍ତରରେ କିଛି ଏମିତି ଜବାବ ରଖିଛନ୍ତି ମନ୍ତ୍ରୀ । ଏନେଇ ମନ୍ତ୍ରୀ କହିଛନ୍ତି, ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋଟ ୧୭ ହଜାର ୭୬୧ ଶିକ୍ଷକ ପଦବୀ ଖାଲି ଅଛି । ଖୁବଶୀଘ୍ର ୧୬ ହଜାର ୫୧୯ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକ ପଦ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ନିଷ୍ପତ୍ତି ନେଇଛନ୍ତି। ଏହାସହିତ ବିଭିନ୍ନ ସ୍କୁଲର ନିଜସ୍ବ ଜମି ନ ଥିବା ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝି ଅବଗତ ଅଛନ୍ତି । ଏନେଇ ଶ୍ରୀଘ୍ର ସ୍ଥିତି ସୁଧାର ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଓ ରାଜସ୍ବ ମନ୍ତ୍ରୀ ଆଲୋଚନା କରିଛନ୍ତି ବୋଲି ଗଣଶିକ୍ଷା ମନ୍ତ୍ରୀ ଗୃହରେ ଉତ୍ତର ରଖିଛନ୍ତି ।

Comments are closed.